
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଘୁମୁସର ଅଞ୍ଚଳର ଭଞ୍ଜ ରାଜବଂଶୀୟ ପ୍ରସିଦ୍ଧ କୁଲାଡ଼ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଚତୁର୍ଦ୍ଧା ମୂର୍ତ୍ତି ଙ୍କ ଅଣସର କାର୍ଯ୍ୟ ଏବଂ ଠାକୁର ଙ୍କ ରଙ୍ଗ କାମର ସମୀକ୍ଷା କରିବା ସହ ଯାତ୍ରା ରେ ଆଵଶ୍ୟକୀୟ ପୂଜା ସାମଗ୍ରୀ, ପିତଳ ଘଣ୍ଟ ର ମରାମତି, ରଥ କପଡା, ପହଣ୍ଡି ନିମନ୍ତେ ଘୋଡ, ସଂକୀର୍ତନ ମଣ୍ଡଳୀ ମାନଙ୍କ ନିମନ୍ତେ ପ୍ରସାଦ ହାଟୁଆ ଉପହାର, ନିମନ୍ତ୍ରଣ ବଣ୍ଟନ ପ୍ରଭୁତି କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଶ୍ରୀ ଅବିନାଶ ମାହାର। ରଥ ନିର୍ମାଣ,ପାର୍ଶ୍ବ ଦେବତା ଓ ରଥକୁ ରଙ୍ଗଦିଆ କାମ ସକାଶେ ମହାରଣା ଓ କାରିଗରଙ୍କ ସହ ଆଲୋଚନା କରି ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଛି। ଚଳିତ ବର୍ଷ ରଥ ନିର୍ମାଣ ନେଇ ୨୮ ଖଣ୍ଡ କାଠ ଆସିଅଛି ସେଥିରେ କାମ ଜୋରସୋର୍ ଚାଲିଥିବା ଅତିରିକ୍ତ ତହସିଲଦାର ଅବିନାଶ ମାହାର ସୂଚନା ଦେଇଥିଲେ। ଅନ୍ୟପକ୍ଷରେ କୁଳାଡ଼ ରଥଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପୁଲିସ୍ ପ୍ରଶାସନ ସହ ଏନ୍ସିସି ରେଡକ୍ରସ୍ କ୍ୟା ଡେଟ୍ଙ୍କ ସହ ସ୍ବେଚ୍ଛାସେବୀ ମାନଙ୍କୁ ନିମନ୍ତ୍ରଣ ପାଇଁ ଆଲୋଚନା ହୋଇଥିଲା। ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ପିଇବା ପାଣି ସହ ଶୃଙ୍ଖଳା ବ୍ୟବସ୍ତା ଅତିଥି ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ, ଡାକ୍ତରୀ ଟିମ, ପୋଲିସ ବାହିନୀ, ସାମ୍ବାଦିକ ମାନଙ୍କ ପାଇଁ ସ୍ୱତନ୍ତ ପ୍ରକୋଷ୍ଠ ର ମଧ୍ୟ ବ୍ୟବସ୍ତା ରହିବ । ତତସହ ସଠିକ ସମୟରେ ରୀତିନୀତି ସମାପନ ପାଇଁ ମନ୍ଦିର ପୂଜକଙ୍କ ସହ ସମନ୍ବୟ ରକ୍ଷା ଉପରେ ଆଲୋଚନା ହୋଇଥିଲା। ପୂର୍ବ ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଥିବା ମନ୍ଦିର ଓ ରଥକୁ ଫୁଲରେ ସାଜ୍ଜସଜା କରିବା ସହ ମନ୍ଦିର ସାମ୍ନା ରାସ୍ତାରେ ଝୋଟିଚିତା ଆଙ୍କିବା ସହ ରଥଯାତ୍ରାକୁ ଯାକଜମକରେ କରିବା ନେଇ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଦୃଷ୍ଟ୍ୟାରୋପ କରାଯାଇଥିଲା। ରାଜସ୍ବ ନିରୀକ୍ଷକ ଭଗବାନ ବେହେରା, ପୂଜକ ବାପି ପଣ୍ଡା ଓ ଚିରଞ୍ଜୀବ୍ବ ପାଢ଼ୀ, ତ୍ରିନାଥ ମହାରଣା, ପିଣ୍ଟୁ ସେଠି ଉପସ୍ଥିତ ରହିଥିଲେ ।