ଭଞ୍ଜନଗର : ଘୁମୁସର କଂଗ୍ରେସ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ସ୍ୱାଗତ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବର୍ତ୍ତମାନ ଦେଶ ଓ ରାଜ୍ୟର ଥିବା ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ଏହି ଶାସନରେ ବର୍ଷ ଏକ ପ୍ରତାରଣା ଅନେକ ଦୁଷ୍କର୍ମ ଓ ନାରୀ ନିର୍ଯାତନା ବଢୁଥିବା ସହ ଗୋପାଳପୁର ସମୁଦ୍ରକୂଳରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ,କନ୍ଧମାଳ ଟିକାବାଲି ଛାତ୍ରୀ ଅପହରଣ ହତ୍ୟା ମାମଲାର ତଥ୍ୟ ଅନୁସନ୍ଧାନ ପାଇଁ କଂଗ୍ରେସ ଦଳ ଗୁରୁତ୍ଵ ଦେଇ ଏକ ଟିମ୍ ଗଞ୍ଜାମ ଓ କନ୍ଧମାଳ ଗସ୍ତରେ ଅଛନ୍ତି। ଏହି ଟିମ ଗୋପାଳପୁର ରୁ କନ୍ଧମାଳ ଗ୍ରସ୍ତ କରି ଥିଲା।। ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଅଧ୍ୟକ୍ଷା ଦୀପା ଦାସ ମୁନସୀ, ସାଂସଦ ରଞ୍ଜିତ ରଞ୍ଜନ, ସୁଶ୍ରୀ ପରିଣତି ସିନ୍ଧେ, ଏସ.ଜ୍ୟୋତି ମଣି ଏବଂ ଶ୍ରୀମତୀ ଶୋଭା ଓଝା ଏହି ଗସ୍ତରେ ଆସୁଥିବା ବେଳେ ଆସନ୍ତା କାଲି ଭଞ୍ଜନଗର ଦେଇ କନ୍ଧମାଳ ଯିବେ। ଏହି ସମୟରେ ଭଞ୍ଜନଗର ବଡ଼ କୋଦଣ୍ଡା ଛକ ଠାରେ ଭଞ୍ଜ ମାଟିର ବଳିଷ୍ଠ ସଂଗଠକ କୁଲୁ ଭୂୟାଁ ଙ୍କ ନେତୃତ୍ୱ ରେ ଏହି ଟିମ୍ କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ଥିଲା।ଭଞ୍ଜନଗର ବଡ କୋଦଣ୍ଡା ଛକ ଠାରେ ସହ ସହ ଯୁବ କଂଗ୍ରେସ କର୍ମୀମାନେ ଏହି ଟିମ କୁ ସ୍ୱାଗତ କରିଥିଲେ।ସୂଚନାଯୋଗ୍ୟ ଯେ ଦିନକୁ ଦିନ ଭଞ୍ଜନଗର ରେ କଂଗ୍ରେସ ଦଳ ସୁଦୃଢ଼ ହେବାକୁ ଲାଗିଛି।ଗଂଜାମ ଟାଇଗର ବୋଲାଉ ଥିବା ବାହୁ ବଳି ନେତା ଆଦର୍ଶ ରେ ଅନୁପ୍ରାଣିତ ହୋଇ ବହୁ ଯୁବ ଗୋଷ୍ଠୀ କଂଗ୍ରେସ ରେ ଯୋଗ ଦେଇଛନ୍ତି।ଆଗକୁ ପଂଚାୟତ ନିର୍ବାଚନ ଥିବା ବେଳେ କଂଗ୍ରେସ ବର୍ତ୍ତମାନ ଠାରୁ ଅଣ୍ଟା ଭିଡ଼ିଲାଣି।ଆଜିର ସ୍ୱାଗତ କାର୍ଯ୍ୟକ୍ରମ କୁ ଓଡିଶା ପ୍ରଦେଶ କିଷାନ ସାଧାରଣ ସମ୍ପାଦକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *