
ଭଞ୍ଜନଗର, ୨୪/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବର୍ତମାନ ସମୟରେ ରାଜ୍ୟ ସରକାର ଚାଷ କୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ବର୍ଷ ଏକ ଉପଲବ୍ଧି ଅନେକ କାର୍ଯ୍ୟକ୍ରମ ରେ ଓଡିଶା ରେ ଚାଷୀମାନଙ୍କୁ ସବୁ କ୍ଷେତ୍ର ରେ ସହାୟତା ର ହାତ ବଢ଼ାଇଛନ୍ତି ସରକାର। ସେହିଭଳି ଭାବରେ ଚଳିତ ବର୍ଷ ଧାନ ଚାଷ ରେ ଅଧିକ ଅମଳକ୍ଷମ ଓ ଉର୍ନତ ମାନର ଧାନ ଅମଳ ପାଇଁ ଚାଷୀ ମାନଙ୍କୁ ମାଗଣାରେ ଧାନ ପ୍ରଦାନ କରିବା ପାଇଁ ଏକ ସ୍ୱତନ୍ତ ଯୋଜନା ହାତକୁ ନେଇଛନ୍ତି ରାଜ୍ୟ ସରକାର। ସେହି ପରିପ୍ରେକ୍ଷୀ ରେ ଭଞ୍ଜନଗର ବିଧାୟକ ପ୍ରଦୁମ୍ନ କୁମାର ନାୟକ ଙ୍କ ତତ୍ୱାବଧାନ ରେ ଫରେଷ୍ଟ ଡାକ ବଙ୍ଗଳା ରେ ଏକ ବୈଠକ ଅନୁଷ୍ଠିତ ହୋଇ ଧାନ ଗୁଡିକ ର ମାନ ନିରୂପଣ କରାଯାଇଥିଲା। ଇରି ଓ ଓଡିଶା ସରକାର ଙ୍କ ଦ୍ୱାରା ଉତ୍ପାଦିତ ବିଭିର୍ଣ୍ଣ କିସମ ର ଧନକୁ ଅନ୍ତର୍ଭୁକ୍ତ କରାଯାଇଛି ସ୍ଵର୍ଣ ଶକ୍ତି, ତେଲେଙ୍ଗା ସୋନା,ବି ଆର ଆର ଆଇ ୬୯, ଡି ଆର ଆର ୬୩,ଡି ଆର ଆର ୩୭, ସି ଆର ୩୨୫,ବି ଆର ଆର ଆଇ ୧୦୦୦, ସି ଆର ଆର ୫୮,ବି ଆର ଆର ଆଇ ୮୪, ସି ଆର ୪୧୧ ଇତ୍ୟାଦି। ଭଞ୍ଜନଗର ଏବଂ ଜଗନ୍ନାଥ ପ୍ରସଦ ର କିଛି ଅଞ୍ଚଳ ର ଚାଷୀ ମାନଙ୍କୁ ଧାନ ବଣ୍ଟନ କରିବା ପାଇଁ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର (ଇରି)ପକ୍ଷରୁ ସରକାର ଙ୍କ ନିର୍ଦେଶ କ୍ରମେ ” ଗ୍ରାମ୍ୟ ଉନ୍ନୟନ ଏବଂ ପରିବେଶ ବିଜ୍ଞାନ ପ୍ରତିଷ୍ଠାନ” (ନିର୍ଦେଶ) ଦ୍ୱାରା ଗ୍ରାମାଞ୍ଚଳ ର ଚାଷୀ ମାନଙ୍କୁ ପରୀକ୍ଷଣ ନିମନ୍ତେ ପ୍ରଥମ ପ୍ରଯ୍ୟୟ ରେ କିଛି ଚାଷୀଙ୍କୁ ଧାନ ପ୍ରଦାନ କରାଯିବ। ଏହି ବର୍ଷ ଧାନ ଅମଳକୁ ଦୃଷ୍ଟି ରେ ରଖି ଆଗାମୀ ଦିନରେ ପ୍ରଯ୍ୟୟ କ୍ରମେ ସମସ୍ତ ଚାଷୀ ଙ୍କୁ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଲୋଚନା ହୋଇଛି । ବୈଠକ ରେ କୃଷକ ନେତା ତୀର୍ଥବାସୀ ଦଳାଇ, ” ନିର୍ଦେଶ” ଅନୁଷ୍ଠାନ ର ପରିଚାଳକ ଗିରିଧାରୀ ପଟନାୟକ,ଜିଲ୍ଲା ଭାଜପା ସଭାପତି ନୀଳମାଧଵ ପାତ୍ର, ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ଼, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ଅଧକ୍ଷ ଆର କେ ଦାସ, କୁବେର ପ୍ରଧାନ ଉପସ୍ଥିତ ରହି ଧାନ କିପରି ଉପଯୁକ୍ତ ଚାଷୀ ମାନଙ୍କ ପାଖରେ ପହଁଞ୍ଚି ପାରିବ ଆଲୋଚନା କରିଥିଲେ ।