ଭଞ୍ଜନଗର : ପ୍ରକୃତି ବନ୍ଧୁ ଦ୍ଵିତୀକୃଷ୍ଣ ସାର୍ ଆଶ୍ରମ ବାସୀଙ୍କ ସହ ପାଳିଲେ ଜନ୍ମଦିନ

ଭଞ୍ଜନଗର ୨୪/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆଜି ର ଆଧୁନିକ ଯୁଗରେ ବିଳାସମୟ ଜୀବନ ଯାପନ କରିବାପାଇଁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ନିଜ ପରିବାରର ସଦସ୍ୟଙ୍କ ଜନ୍ମ ଦିନ କୁ ଅତି ଆଡ଼ମ୍ବର ସହକାରେ ଧୁମଧାମରେ ପାଳନ କରିଥାଆନ୍ତି। ସେଥିପାଇଁ ଆଲୋକ , ଫୋଟ ଓ ବେନେର ସାଜସଜ୍ଜା ଠାରୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିବା, କେକ୍ କାଟିବା, ମହମବତୀ ଲିଭାଇବା, ବେଲୁନ ଫଟାଇବା ସହିତ ପାଶ୍ଚାତ୍ୟ ଦେଶ ମାନଙ୍କର ଚଳଣି ଓ ଜୀବନଶୈଳୀ କୁ ଆପଣେଇ ଥାନ୍ତି। କିନ୍ତୁ ସମାଜରେ ଏପରି କିଛି ବ୍ୟକ୍ତିବିଶେଷ ରହିଛନ୍ତି ଯେଉଁମାନେ ସାଧାରଣ ଜୀବନଯାପନ କରନ୍ତି ଓ ନିଜର ଜନ୍ମ ଦିନକୁ ନିରାଡମ୍ବର ଭାବେ ସମାଜ ସେବା ଉଦ୍ଦେଶ୍ୟରେ ପାଳନ କରିଥାଆନ୍ତି। ସେହିପରି ଆଜି ବେଲଗୁଣ୍ଠା ବ୍ଳକର ନେଟଙ୍ଗା ଗ୍ରାମର ଅଧିବାସୀ ପ୍ରକୃତି ପ୍ରେମୀ, ପ୍ରକୃତି ବନ୍ଧୁ ତଥା ସାମାଜିକ କର୍ମୀ ଦ୍ଵିତୀକୃଷ୍ଣ ଲେଙ୍କା ନିଜର ଜନ୍ମ ଦିନ କୁ ନିରାଡମ୍ବର ଭାବରେ ବୃଦ୍ଧାଶ୍ରମରେ ଆଶ୍ରମ ବାସୀଙ୍କ ଗହଣରେ ପାଳନ କରିଛନ୍ତି। ବିପଦର ବନ୍ଧୁ ଓଡ଼ିଶା, ଭଞ୍ଜନଗର ଶାଖାର ସଦସ୍ୟ ମାନଙ୍କ ସହଯୋଗରେ ସେ ନିଜର ଜନ୍ମ ଦିନକୁ ଭଞ୍ଜନଗର ବ୍ଳକ୍ ବଡକୋଦଣ୍ଡା ପଞ୍ଚାୟତ ଚିଦାନନ୍ଦ କୁଷ୍ଠ ରୋଗୀ ଆଶ୍ରମ ଏବଂ ବେଲଗୁଣ୍ଠା ବ୍ଳକର ତନରଡା ସତ୍ୟଶ୍ରୀ ଜରା ଶ୍ରମ ଠାରେ ମୁକ୍ତାକାଶର ଶ୍ୟାମଳ ସବୁଜ ପରିବେଶ ମଧ୍ୟରେ ପରିବାରରେ ଅବହେଳିତ ହୋଇ ଆଶ୍ରମରେ ଜୀବନ କାଟୁଥିବା ଅନ୍ତେବାସୀ ମାନଙ୍କ ସହିତ ପାଳନ କରିଛନ୍ତି। ଏହି ଅବସରରେ ଦୁଇ ଗୋଟି ଆଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କ ପାଇଁ ଜଳଖିଆ ଓ ମିଷ୍ଟାନ୍ନ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା। ଉପସ୍ଥିତ ସମସ୍ତ ସଦସ୍ୟ, ଶୁଭେଚ୍ଛୁ ଓ ହିତାକାଂକ୍ଷୀ ସେମାନଙ୍କର ଗହଣରେ ସଂଧ୍ୟା କାଳୀନ ଭଜନ କିର୍ତ୍ତନ ରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ଓଡ଼ିଶା, ଭଞ୍ଜନଗର ଶାଖାର ସଦସ୍ୟ ପ୍ରଦୀପ ଯେନା, ଅରକ୍ଷିତ ପରିଛା, ପ୍ରମୋଦ ପ୍ରଧାନ, ଗଣେଶ ପ୍ରଧାନ, ଜଗନ୍ନାଥ ପ୍ରଧାନ, ବିନାୟକ ଗୌଡ଼, ରାଜା ପାଣିଗ୍ରାହୀ, ରଞ୍ଜନ ପାଣିଗ୍ରାହୀ, ରୋହନ ବେହେରା, ସୁଶାନ୍ତ ଏବଂ ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ସମାଜସେବୀ ନେତାଜୀ ବିଷୋୟୀ, ଶିକ୍ଷାବିତ ତଥା ତନରଡା ସତ୍ୟଶ୍ରୀ ଜରା ଶ୍ରମର ତତ୍ତ୍ୱାବଧାରକ ଶ୍ରୀ ରବି ପାତ୍ର, ସାମ୍ବାଦିକ ଶ୍ରୀ କାର୍ତ୍ତିକେଶ୍ଵର ପ୍ରଧାନ ଉପସ୍ଥିତ ରହି ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।ପ୍ରକାଶ ଥାଉକି, ଗତବର୍ଷ ନିଜ ଜନ୍ମ ଦିନ ପାଳନ ଅବସରରେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ସମ୍ମାନିତ ଭଞ୍ଜନଗର ବ୍ଳକର ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କା ରକ୍ତଦାନ କରିବା ସହିତ ନିଜର ଅଙ୍ଗ ଦାନ ପାଇଁ ପଞ୍ଜିକରଣ କରିଥିଲେ ଏବଂ ବୃକ୍ଷ ଚାରା ରୋପଣ ଭଳି ପବିତ୍ର ତଥା ମହାନ୍ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *