ଦଦରାଲୁଣ୍ଡା ରେ ହାତୀ ଉପଦ୍ରଵ ଗୋଦାମ କବାଟ ଭାଙ୍ଗି ପଶିଲେ ଗୋ ଦାନା ଖାଇଲେ

ଭଞ୍ଜନଗର ୨୫/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳ ଅଧୀନ ଦଦରାଲୁଣ୍ଡା ଗ୍ରାମରେ ହାତୀ ଉପଦ୍ରଵ। ଗତକାଲି ବିଳମ୍ବିତ ରାତିରେ ୨୪ ଟିକିଆ ହାତୀପଲ୍ଲ ଜଙ୍ଗଲରୁ ବାହାରି ଭଞ୍ଜନଗର- ଫୁଲବାଣୀ ଜାତୀୟ ରାଜପଥ କଡରେ ଥିବା ଦଦରଲୁଣ୍ଡା ଗାଁ ନିକଟ ମୁହାଁ ହୋଇଥିଲେ।ସେଠାରେ ଥିବା ଗୋଦାନା ଫେକ୍ଟ୍ରି ରେ କବାଟ ଭାଙ୍ଗି ପଶିଥିଲେ।ପ୍ରଚୁର ପରିମାଣର ଗୋଦାନା ଖାଇବା ସହ ଗୋଦାନା ବସ୍ତା ଗୁଡିକୁ ପାଦରେ ଦଳି ଶୁଣ୍ଢରେ ଏଣେ ତେଣେ ଫୋପାଡ଼ି ଚାଲିଯାଇଛନ୍ତି। ଆଜି ସକାଳୁ ଫ୍ୟାକ୍ଟ୍ରି ମାଲିକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଲକ୍ଷାଧିକ ଟଙ୍କା ହାତୀ ଉପଦ୍ରବରେ ନଷ୍ଟ ହୋଇଥିବାରୁ ବନ ବିଭାଗ ତୁରନ୍ତ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *