ଏଣିକି କାର୍ଯ୍ୟରେ ଅବହେଳା କରିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର ୨୫/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ ଗସ୍ତରେ ଆସି ଦୁଇ ବନଖଣ୍ଡରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଏହି ସମୟରେ ସେ ବିଭାଗୀୟ କର୍ମଚାରୀଙ୍କୁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସମୟରେ ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଣୀ ବିପାଶା ପାରୁଲ, ଏସିଏଫ ପ୍ରଦୀପ କୁମାର ବେହେରା, ରଶ୍ମି ରଞ୍ଜନ ସ୍ବାଇଁ, ବିବେକ କୁମାର ଦାସ, ରେଞ୍ଜର ବିମ୍ବାଧର ସାହୁ, ପୃଥିବୀରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ସେହିଭଳି ଗତ ଶନିବାର ଘୁମୁସର ଉତ୍ତର ବନଖଣ୍ଡ ଲାଲସିଂ ନର୍ସରୀ ପରିସରରେ ମୂଟ କୋର୍ଟ ଉପରେ ଏକ ତାଲିମ ଶିବିର ହୋଇଥିଲା। ଏହାକୁ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶନାଥ ନିଲାନମ୍ବର୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ବର୍ତ୍ତମାନ ଜଙ୍ଗଲ ଓ ବନ୍ୟପ୍ରାଣୀ ମାମଲା ସଂଖ୍ୟା ବଢୁଛି। କିନ୍ତୁ ଅଭିଯୁକ୍ତ ଦଣ୍ଡିତ ହାର କମିଯାଇଛି। ଅଭିଯୁକ୍ତମାନେ କିଭଳି ଅଧିକରୁ ଅଧିକ ଦଣ୍ଡିତ ହୋଇପାରିବେ ସେଥିପ୍ରତି କର୍ମଚାରୀମାନେ ଦୃଷ୍ଟି ଦେବାକୁ ହେବ। ଏଥିପାଇଁ କର୍ମଚାରୀ ମାନେ କୋର୍ଟରେ ସାକ୍ଷୀ ପ୍ରଦାନ ସମୟରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁଆର୍‌ସିସିଏଫ ନିର୍ଦ୍ଦେଶ ଦେଇଥିଲେ।ଏଥିସହ ଜଙ୍ଗଲ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ କହିଥିଲେ। କୌଣସି କର୍ମଚାରୀ ଯଦି କାର୍ଯ୍ୟରେ ଅବହେଳା କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର୍‌ସିସିଏଫ ପରୋକ୍ଷରେ କହିଥିଲେ। ଏହି ଅବସରରେ ଡି ଏଫ ଓ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ଜଙ୍ଗଲ ଓ ବନ୍ୟପ୍ରାଣୀ ଆଇନ ଉପରେ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କିଭଳି ହେବ ସେନେଇ କହିଥିଲେ। ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀଣୀ ବିପାଶା ପାରୁଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଝାରସୁଗୁଡ଼ା ବନଖଣ୍ଡର ଆଇନ ପରାମର୍ଶଦାତା ସ୍ରିଷ୍ଟୀ ପ୍ରଧାନ ଏବଂ ସୁପ୍ରିମକୋର୍ଟର ଆଇନଜୀବି ଦେବଦତ୍ତ କାନୁନଗୋ ତାଲିମଦାତା ଭାବେ ଯୋଗଦେଇ କେସ ରେକର୍ଡ ପ୍ରସ୍ତୁତି, ଉପଯୁକ୍ତ ପ୍ରମାଣ ଏକାଠି କରି କିଭଳି କୋର୍ଟ ରେ ଉପସ୍ଥାପନ କରାଯିବ, ନାବାଳକ ଆଇନ,ଅଭିଯୁକ୍ତମାନେ କିଭଳି ଦଣ୍ଡିତ ହୋଇପାରିବେ ସେନେଇ କର୍ମଚାରୀଙ୍କୁ ତାଲିମ ଦେଇଥିଲେ । ଶିବିରରେ ଘୁମୁସର ଉତ୍ତର ବନଖଣ୍ଡର ସମସ୍ତ ରେଞ୍ଜର, ବନପାଳ ତାଲିମ ପ୍ରଦାନ କରାଯାଇଥିଲା ।ଏଥିସହ ସୋରଡା ଏସିଏଫ ନିହାର ରଞ୍ଜନ ମଲ୍ଲିକ, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା,ପୋଲସରା ରେଞ୍ଜର ଅନିଲ ପଣ୍ଡା, ବଡଗଡ଼ ରେଞ୍ଜର ଅଞ୍ଜନ ନାୟକ, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *