
ବୁଗୁଡ଼ା ୨୬/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଶାସ୍ତ୍ର ଓ ଶସ୍ତ୍ର ର ମାଟି ହେଉଛି ଘୁମୁସର। ଏକ ହଜାର ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଭଞ୍ଜ ରାଜବଂଶ ଘୁମୁସରକୁ ଶାସନ କରି ଥିଲେ। ଘୁମୁସର ଭଞ୍ଜ ରାଜବଂଶରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସମେତ ଅନେକେ କବିଙ୍କ ଲେଖନୀ ମୁନିରେ ବହୁ ଶାସ୍ତ୍ର ଗୁଡିକ ଇତିହାସରେ ଲିପିବଦ୍ଧ ହୋଇ ରହିଅଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଉଦ୍ଦେଶ୍ୟରେ ଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, ତାଙ୍କ କବିତାରେ ଲେଖୁଛନ୍ତି, ‘ଗାଏ ତୁମ ଗୀତ ସଭାରେ ପଣ୍ଡିତ, ପଥେ ପାନ୍ଥ ହୃଷ୍ଟମନା, ବିଲେ ବୋଲେ ଚଷା, ଅନ୍ତଃପୁରେ ଯୋଷା, ନୃତ୍ୟରଙ୍ଗେ ବାରାଙ୍ଗନା’ । ଭଞ୍ଜ ସଙ୍ଗୀତ ଏପରି ପ୍ରସିଦ୍ଧ ଯେ ସଭାରେ ଜ୍ଞାନୀ ବ୍ୟକ୍ତିଗାଇଥାଏ, ରାସ୍ତରେ ପକ ବୋଲି ଥାଏ, କ୍ଷେତରେ ଚାଷୀ ବୋଲିଥାଏ, ଘରେ ନାରୀ ବୋଲିଥାଏ ଓ ନର୍ଭକୀ ନାଚବେଳେ ବୋଲିଥାଏ। ଓଡ଼ିଆ ସାହିତ୍ୟ ଓ ଭଷା ପାଇଁ ଭଞ୍ଜ ସାହିତ୍ୟର ଅବଦାନ ଅତୁଳନୀୟ। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ ଭଞ୍ଜ ସାହିତ୍ୟର ଅବଦାନ ଅତୁଳନୀୟ। ଏହିପରି ଜଣେ ମହାନ କବି କବିସମ୍ରାଟ ଉଦ୍ରେ ଭଞ୍ଜଙ୍କ ତିମୂର୍ତି ଓଡିଶା ବିଧାନସଭା ପରିସରରେ ସ୍ଥାନ ପାଇଁ ଘୁମୁସର ବାସୀ ଆଶା କରିବା ସହ ତାଙ୍କର ସାଧନା ସ୍ଥଳୀ କୁଲାଡ଼ ଗ୍ରାମକୁ ସ୍ମାରକୀ ଗ୍ରାମଭାବେ ଗ୍ରହଣ କରାଯାଉ। ସେହିପରି ଘୁମୁସର ବିପ୍ଲବର ମହାନ ବୀର ଚକରା ବିଶୋଇଙ୍କ ଗରିଲା ଯୁଦ୍ଧ।ଯୁଦ୍ଧରେ ବ୍ରିଟିଶ ଓ ଫରାସୀ ବାହିନୀ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକବିଦ୍ରୋହ ସମୟରେ ବ୍ରିଟିଶ ଓ ଫରାସୀ ଫଉଜ ଛତ୍ରଭଙ୍ଗ ଦେବା ସହ ଅନେକ ମୃତ୍ୟୁ ବରଣ କରିଥିଲେ। ଫଳରେକୂଟନୀତି ପ୍ରୟୋଗ କରି ବିରଳ ଇତିହାସକୁ ବିକୃତ କରିବା ପାଇଁ ବ୍ରିଟିଶମାନେ ଚକ୍ରାନ୍ତ କରିଥିଲେ, ଯାହାର ଅଧିକ ଗବେଷଣା ଓ ଅଧ୍ୟୟନର ଆବଶ୍ୟକ ରହିଛି। ଖୁସିର ବିଷୟ ବର୍ତ୍ତମାନର ବିଜେପି ସରକାର ଶାସନର ଏକ ବର୍ଷ ପୂର୍ତି ଅବସରରେ ଏହିପରି ଜଣେ ମହାନ ଯୋଦ୍ଧାଙ୍କ ଜନ୍ମସ୍ଥାନ ଘୁମୁରରର ବିଞ୍ଜଗିରି ଗ୍ରାମକୁ ସ୍ମାରକୀ ଭାବେ ଘୋଷଣା କରିଛନ୍ତି। ଏଥିସହ ବୀର ଚକରା ବିଶୋଇଙ୍କ ନାମରେ ରାଜଧାନୀର ଏକ ମାର୍ଗକୁ ନାମିତ କରାଯାଉ । ଏହି ବିଷୟ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମୟରେ ଦାବି କରିଥିବା ବେଳେ ସରକାର ତାହା ପୂରଣ ପରିବାକୁ ଘୁମୁସରବାସୀ ଦାବି ଜଣାଇଛନ୍ତି ।