
ଭଞ୍ଜନଗର ୨୯/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ, ବରୁଡ଼ା ଗ୍ରାମ ପଞ୍ଚାୟତ, ଗୁଜୁରାଳୀ ଗ୍ରାମ ର ଧୋବୀ ନାଇକି (୬୨), ସଂଜୁ ନାଇକ(୫୯) ଙ୍କ ଘରେ ଗତକାଲି ଅପରାହ୍ନ ରେ ନିଆଁ ଲାଗି ସମ୍ପୂର୍ଣ ଘର ଧ୍ବଂସ ହୋଇଯାଇଛି। ଘରର ଆସବାବ ପାତ୍ର ଠାରୁ ଆରମ୍ଭ କରି ପୋଷାକ, ଖାଦ୍ୟ ସାମଗ୍ରୀ, ଚାଉଳ, ବାସନ, ପେଢ଼ି ଏବଂ ସେଥିରେ ଥିବା କିଛି ସଂଚିତ ଟଙ୍କା ମଧ୍ୟ। ସୂଚନା ପ୍ରକାରେ ଗତ ଶନିବାର ଦିନ ଧୋବୀ ଓ ତାଙ୍କ ସ୍ତ୍ରୀ ମୁଲ କାମ କରିବାକୁ ଯାଇଥିବା ସମୟରେ ଘରେ ଥିବା ଚୁଲିରୁ ନିଆଁଲାଗି ଚଳକୁ ଧରିଥିଲେ ପରେ ସମ୍ପୂର୍ଣ ଚାଳ ଘର ଟି ଜଳି ପୋଡି ଧ୍ବଂସ ହୋଇଯାଇଥିଲେ। ସେମାନେ ଘରୁ କାଣୀ କୌଡି ଟିଏ ବି ବାହାର କରିପାରିନାହାନ୍ତି। ଗାଁ ଲୋକେ ପାଖରେ ଥିବା ନଳକୂପ ରୁ ପାଣି ଆଣି ନିଆଁ କୁ ଲିଭାଇବା ବହୁତ ପ୍ରଚେଷ୍ଟା କରିଥିଲେ ପରେ ଅଗ୍ନିଶମ ବିଭାଗ ଆସି ନିଆଁ କୁ ଆୟତ୍ତ ଲାରିଥିଲେ।ଖବର ପାଇ ସ୍ବେଛାସେବୀ ସଂଗଠନ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ ର ସଦସ୍ୟ ମାନଙ୍କ ସହାୟତା ରେ ଏହି ଅଗ୍ନି ବିପନ୍ନ ପରିବାର ଙ୍କ ପାଇଁ କିଛି ରାସନ, ପନିପରିବା, ବସ୍ତ୍ର, ରୋଷେଇ ବାସନ ସାମଗ୍ରୀ, ଚାଉଳ, ପ୍ଲାଷ୍ଟିକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ, ପଟି, କମ୍ବଳ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ ଧୋବୀ ଓ ତାଙ୍କ ସ୍ତ୍ରୀ ସରକାର ଙ୍କ ସମସ୍ତ ଯୋଜନା ଠାରୁ ବଞ୍ଚିତ ଅଛନ୍ତି। ନା ଅଛି ରାସନ କାର୍ଡ, ନା ଅଛି ଆଧାର କାର୍ଡ ନା ପାଇଛନ୍ତି ସରକାରୀ ଘର ଖଣ୍ଡେ ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା। ବର୍ତମାନ କିଛି ସରକାରୀ ସହାୟତା କୁ ଅନାଇ ବସିଛନ୍ତି ଅସହାୟ ବୃଦ୍ଧ ଦମ୍ପତି ।