
ଜଗନ୍ନାଥ ପ୍ରସାଦ ୨୯/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରାଜ୍ୟ ସରକାର ଗାଁକୁ ରାସ୍ତା ଓ ଶ୍ରମିକକୁ ବାର୍ଷିକ କାମ ଯୋଗାଇବା ପାଇଁ ଦୃଢ ପଦକ୍ଷେପ ନେଉଥିବା ବେଳେ ଏବେ ବି କେତେକାଂଶରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି l ନା ଅଛି ପକ୍କା ରାସ୍ତା ନା ଅଛି ପିଇବା ପାଇଁ ପାନିଅ ଜଳ l ଏହା ହେଉଛି ସୁଦୂର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଂଚଳର ଇନ୍ଦ୍ରଗଡ଼ ସାହି l ଏହି ସାହିଟି ଜଗନ୍ନାଥ ପ୍ରସାଦ ମୁଖ୍ୟ ବଜାର ନିକଟ କରଞ୍ଜେଇ ସାହି ଠାରୁ ମାତ୍ର ୩ସହ ମିଟର ଦୂର ଇନ୍ଦ୍ରଗଡ଼ ସାହି l ଏହି ସାହିର ରାସ୍ତା ଶୋଚନୀୟ ହୋଇ ପଡିଛି l ସାମାନ୍ୟ ବର୍ଷାରେ ରାସ୍ତାର ଦୁରାବସ୍ଥା ଆହୁରି ବଢି ଯାଉଛି l ବର୍ଷାଋତୁର ଆରମ୍ଭରୁ ଏହି ରାସ୍ତାରେ ଏଭଳି ସ୍ଥିତି ଉପୁଜିଛି l ଦୀର୍ଘଦିନ ଧରି ଏଠାରେ ଏହି ସମସ୍ୟା ଲାଗି ରହିଛି l ଫଳରେ ଲୋକେ ଯାତାୟାତ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ରାସ୍ତାରେ ଗାତ ହୋଇଥିବା ବେଳେ ବର୍ଷା ହେଲେ ସେହି ଗାତରେ ପାଣି ଜମି ରହୁଛି l କାଦୁଅ ପଚପଚ ରାସ୍ତାରେ କୁନିକୁନି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବା କରିବା କଷ୍ଟ ସାଧ୍ୟ ହେଉଛି l ଏପରିକି ଦୁଇ ଚକିଆ ଯାନ ହେଉ କି ଓ ଭାରି ଯାନ କିମ୍ବା ଆମ୍ବୁଲାନ୍ସ ହେଉ କି ପାଦଚଲା ହେଉ ରାସ୍ତାରେ ଯିବାଆସିବା କରିବା ଅସମ୍ଭବ ହୋଇପଡୁଛି l ଯାହା ଫଳରେ ବିଭିନ୍ନ ସମୟରେ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି l ତୁରନ୍ତ ଏହି ରାସ୍ତାର ସ୍ଥାୟୀ ମରାମତି ତଥା ଉନ୍ନତିକରଣ ପାଇଁ ଅଞ୍ଚଳବାସୀଙ୍କ ଦାବି ହୋଇଛି lସୂଚନା ପ୍ରକାରେ ଦୀପ ତଳ ଅନ୍ଧାର ଭଳି ଜଗନ୍ନାଥ ପ୍ରସାଦ ବ୍ଲକକୁ ଲାଗି ରହିଥିବା କରଞ୍ଜେଇ ସାହି ଠାରୁ ଇନ୍ଦ୍ରଗଡ଼ ସାହିକୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି l ଆଣ୍ଟୁଏ କାଦରେ ରାସ୍ତା କଦର୍ଯ୍ୟ ହୋଇପଡିଛି l ଫଳରେ ଏହି ରାସ୍ତା ଦେଇ ଯାନବାହାନ ଯିବା ଆସିବା କଷ୍ଟକର ହୋଇପଡିଛି l ଏପରିକି ଲୋକେ ଚାଲିକି ଯିବାକୁ ମଧ୍ୟ ଅମଙ୍ଗ ହେଉଛନ୍ତି l
ଲଗାଣ ବର୍ଷାରେ ଏଭଳି ଅବସ୍ଥା ହୋଇଥିବା କୁହାଯାଉଛି l ଏହା ହେଉଛି ଭଞ୍ଜନଗର ଭୁବନେଶ୍ୱର ରାଜ୍ୟ ରାଜପଥ ୨୧କୁ ଲାଗି ରହିଥିବା କରଞ୍ଜେଇ ଠାରୁ ଇନ୍ଦ୍ରଗଡ଼ ରାସ୍ତା l ଏହି ରାସ୍ତାର ଦୈର୍ଘ୍ୟ ହାରାହାରି ୩୫୦ମିଟର ଦୂର ହେବ l ୫୦ମିଟର ପକ୍କା ରାସ୍ତା ହୋଇଥିବା ବେଳେ ଅନ୍ୟାନ୍ୟ ଅଧାପନ୍ତରିଆ ହୋଇରହିଛି l ବିଗତ ୫ବର୍ଷ ପୂର୍ବେ ରାସ୍ତାର ପ୍ରଶସ୍ତି ଓ ମେଣ୍ଟାଲ ମୋରମ କାର୍ଯ୍ୟ ପାଇଁ କରଞ୍ଜେଇ ସାହି ଠାରୁ ଇନ୍ଦ୍ରଗଡ଼ ସାହି ୧୦ଲକ୍ଷ ଓ ଇନ୍ଦ୍ରଗଡ଼ ଠାରୁ ଅରୁଣାଞ୍ଚଳ ଘାଇ ପର୍ଯ୍ୟନ୍ତ ୫ଲକ୍ଷ ସର୍ବ ମୋଟ ୧୫ଲକ୍ଷ ଟଙ୍କା ପଞ୍ଚାୟତ ଫଣ୍ଡ ଦ୍ୱାରା କାର୍ଯ୍ୟ ହୋଇଥିବା ପୂର୍ବତନ ଜନପ୍ରତିନିଧି ଦେବୀପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି l ଅଦ୍ୟାବଧି ସେହି ରାସ୍ତାରେ କୌଣସି ପକ୍କା କାମ କିମ୍ବା ମରାମତି ହୋଇନଥିବା ନଜୀର ରହିଛି l ଅଳ୍ପ କିଛି ଦିନ ହେବ ପାଇପ ଲାଇନ କାମ ଚାଲୁଥିବା ହେତୁ ଖାରି ମାଟି ରାସ୍ତାରେ ପଡି ରାସ୍ତାଟି ସମ୍ପୂର୍ଣ୍ଣ ଶୋଚନୀୟ ହୋଇ ରହିଛି l ଇନ୍ଦ୍ରଗଡ଼ ସାହିରେ ୪୦ପରିବାର ବସବାସ କରୁଥିବା ବେଳେ ପ୍ରତିଦିନ ଶତାଧିକ ଗ୍ରାମବାସୀ ଓ ଚାଷୀଭାଇ ମାନେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି l ଏହା ବ୍ୟତୀତ ଅରୁଣାଞ୍ଚଳ ଘାଇଟି କ୍ଷୁଦ୍ରଜଳସେଚଳ ବିଭାଗର ହୋଇଥିବାରୁ ବିଭାଗୀୟ ଅଧିକାରୀ ମାନେ ଘାଇର ତଦାରଖ ପାଇଁ ଏହି ରାସ୍ତାରେ ଯିବାଆସିବା କରନ୍ତି l ସବୁଠୁ ବଡ଼ ସମ୍ବେଦନଶୀଳ ଘଟଣା ହେଉଛି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଇନ୍ଦ୍ରଗଡ଼ ସାହିର କୁନିକୁନି ଶିଶୁ ମାନେ ବିଦ୍ୟାଳୟକୁ ଯିବା ବେଳେ ଗୋଡ଼ ଖସି ଆହତ ହୋଇଥିବା ସୂଚନା ରହିଛି l ଦୀର୍ଘ ଦିନ ହେବ ରାସ୍ତା ମରାମତି ନେଇ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସ୍ଥାନୀୟ ପ୍ରଶାସନ ଏ ଦିଗରେ ହସ୍ତକ୍ଷେପ କରି ତୁରନ୍ତ ରାସ୍ତା ମରାମତି କରାଯିବା ସହ ନୂତନ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି l