
ସୋରଡ଼ା, ୩୦/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସର୍ଦାର ବଲ୍ଲଵ ବାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସୋରଡ଼ା ଥାନା ପକ୍ଷରୁ ଏକ ଗଣଦୌଡ କାର୍ଯ୍ୟକ୍ରମ କରାଯାଇଛି। ସୋରଡ଼ା ଥାନା ଓ ବାଞ୍ଛାନିଧି ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଗଣ ଦୌଡ କରାଯାଇଛି।ଆଜିର ଏହି ଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରୁଛି ପୁରା ଦେଶ।ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକତାର ମନ୍ତ୍ର ସାରା ଭାରତକୁ ଗୋଟିଏ ଡୋରରେ ବାନ୍ଧି ରଖିବାରେ ସମର୍ଥ ହୋଇଥିଲା।ଦେଶ ପାଇଁ ତାଙ୍କରି ଅବଦାନ ଓ ବିଚାରଧାରା ଉପରେ ସ୍ଥାନୀୟ ଲୋକଙ୍କୁ ବାର୍ତ୍ତା ଦେଇଥିଲେ ଛାତ୍ର ମାନେ।ଏଥିରେ ଥାନାର ସମସ୍ତ କର୍ମଚାରୀ ଓ ଛାତ୍ର, ଶିକ୍ଷକଗଣ ସାମିଲ ରହିଥିଲେ।ସୋରଡ଼ା ଥାନା ପରିସରରୁ ବାହାରି ଜରାଉ ଛକ ଯାଏଁ ଗଣଦୌଡ଼ ହୋଇଥିଲା। ସୋରଡ଼ା ଅଧିକାରୀ ସୁନୀଲ କୁମାର ପ୍ରଧାନ, ଏସ ଆଈ କୈଳାଶ ଚନ୍ଦ୍ର ସାହୁ, ଶାଶ୍ୱତ ପରିଡା ଙ୍କ ସମେତ ବହୁ କର୍ମଚାରୀ ଗଣଦୌଡରେ ସାମିଲ ହୋଇଥିଲେ ।