
ଜଗନ୍ନାଥପ୍ରସାଦ – ୩୦/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ ବାଙ୍କତରା ସରକାରୀ ରୟତ ନୋଡାଲ ଉଚ୍ଚ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଦେବାଶିଷ ମିଶ୍ର ଙ୍କ ଆଜି ବିଦ୍ୟାଳୟ ରେ ଶେଷ ଦିନ ଅବସରରେ ଏକ ବିଦାୟ କାଳୀନ ସଭା ଆୟୋଜନ କରାଯାଇଥିଲା । ୩୭ ବର୍ଷ ଗୋଟିଏ ବିଦ୍ୟାଳୟ ରେ ବିଜ୍ଞାନ ଶିକ୍ଷକ ଓ ଶେଷ ୬ ବର୍ଷ ପ୍ରଧାନ ଶିକ୍ଷକ ଭାବେ ନିଜ ଦାୟିତ୍ୱ ସୁଚାରୁ ରୁପେ ତୁଲାଇଛନ୍ତି । ସେ ଜଣେ ଦକ୍ଷ ଶିକ୍ଷକ, ସହିତ ଗୀତ, ବାଦ୍ୟ, ଅଭିନୟ, ହାରମୋନିୟମ, ସିଲେଇ, ଭଳି ସେ ଅନେକ ଗୁଣର ଅଧିକାରୀ ଥିବା ବେଳେ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ଶିକ୍ଷା ଦେଉଥିଲେ । ସେ ଜଣେ ଆଧ୍ୟାତ୍ମିକ ବାଦୀ ବ୍ୟକ୍ତି ଅଟନ୍ତି ଶିକ୍ଷକତାରୁ ଅବସର ସମୟରେ ସେ ସତ୍ୟସାଇ ସଂଗଠନ ର ଜଣେ ସେବକ ଭାବେ ସମାଜ ସେବା ରେ ବିତାଇଥାନ୍ତି । ତାଙ୍କ ଉଚ୍ଚକୋଟୀର ଶିକ୍ଷାଦାନ ରେ ଶହଶହ ଛାତ୍ରଛାତ୍ରୀ ବହୁ ଶୀର୍ଷ ରେ ପଂହଁଚିଛନ୍ତି । ଆଜି ଅବସର କାଳୀନ ସଭାରେ ଅନେକ ପୁରାତନ ଛାତ୍ରଛାତ୍ରୀ ଖବର ପାଇ ଯୋଗଦାନ କରିଥିଲେ ୧୦ ମ ଶ୍ରେଣୀର ଛାତ୍ରୀ ମାନେ ମିଶ୍ର ସାର୍ ଙ୍କ ଅବସର ସମୟରେ ଭୋ ଭୋ ହୋଇ କାନ୍ଦିପକାଇଛନ୍ତି । ତାଙ୍କ ଅବସର ପରେ ବିଦ୍ୟାଳୟ ରେ ନିଶ୍ଚୟ ଏକ ବଡ଼ ଅଭାବ ସୃଷ୍ଟି ହେବ । ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକ ପରବର୍ତ୍ତୀ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୭୮ ରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟର ପୂର୍ବରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ବଂଶୀଧର ପଣ୍ଡା, ପ୍ରକାଶ ଚନ୍ଦ୍ର ଦାସ, ପଦ୍ମଚରଣ ନନ୍ଦ, ତାପସ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁରୁଣା ସ୍ମୃତି ମନ୍ଥନ କରିଥିଲେ । ପୁରାତନ ଛାତ୍ର ଭାବେ ପ୍ରଧାନ ଶିକ୍ଷକ ଜଗନ୍ନାଥ ନାଇକ, ସି ଆର ସି ସି ଶୁଭେନ୍ଦୁ କୁମାର ଗୌଡ଼, ସାମ୍ବାଦିକ ଧନଞ୍ଜୟ ପଟ୍ଟନାୟକ, ସ୍କୁଲ ସଭାପତି ହରୀକୃଷ୍ଣ ନାୟକ ଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରି ମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଅବସର ନେଇଥିବା ଶିକ୍ଷକ ଶ୍ରୀ ମିଶ୍ର ଙ୍କୁ ବିଭିନ୍ନ ଉପହାର ପ୍ରଦାନ କରିବା ସହ ତାଙ୍କ ନିରୋଗ ଓ ଦୀର୍ଘଜୀବନ କାମନା କରାଯାଇଛି ।