ବେଲଗୁଣ୍ଠା: ବିବାହର ପ୍ରଲୋଭନ ଦେଖାଇ ଯୁବତୀ ସହ ଶାରୀରୀକ ସମ୍ପର୍କ; ଯୁବକ ଗିରଫ

ବେଲଗୁଣ୍ଠା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପ୍ରେମ, ସମ୍ପର୍କ,ଧୋକ୍କା ମାମଲାରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି । ଯୁବକ ଜଣଙ୍କ ହେଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଆମ୍ବବାଲି ଗ୍ରାମର ସମୀର୍ ଗୌଡ଼ (୨୩) । ସୂଚନା ପ୍ରକାରେ ସମୀର୍ ଗତ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସେହି ଗ୍ରାମର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତା ସହିତ ନିୟମିତ ଶାରୀରୀକ ସମ୍ପର୍କ ରଖି ଆସୁଥିଲା । ଯୁବତୀ ଜଣଙ୍କ ଗର୍ଭବତୀ ହେବା ଜାଣିବା ପରେ ସମୀର ତାକୁ ବିବାହ କରିବାକୁ ମନା କରିବା ସହିତ ଗର୍ଭନଷ୍ଟ କରିବା ପାଇଁ କହିଥିଲା । କିନ୍ତୁ ପୀଡ଼ିତା ଜଣଙ୍କ ଗର୍ଭ ନଷ୍ଟ କରିବାକୁ ମନା କରିବାରୁ ସମୀର ଉତ୍କ୍ଷିପ୍ତ ହୋଇ ଏହାର ପରିଣାମ ଭୟଙ୍କର ହେବ ବୋଲି ପୀଡିତାଙ୍କୁ ଧମକ ଦେଇଥିଲା । ଏନେଇ ପୀଡ଼ିତା ଜଣଙ୍କ ଗାଙ୍ଗପୁର ଥାନାରେ ଅଭିଯୋଗ କରିବା ପରେ ୪୩୭/୨୫ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁ୍କ୍ତ ସମୀରକୁ ଗିରଫ କରାଯିବା ସହିତ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *