
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି , ଓଡ଼ିଶା ଟୁଡେ): ରୋଟାରୀ କ୍ଳବର ପ୍ରଥମ ଅଧିଷ୍ଠାନ ଦିବସ ସଭାପତି ରୋଟାରୀଆନ ରଂଜିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ଚିକିତ୍ସାଳୟ, ଭଞ୍ଜନଗର ଠାରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମର ଅଧକ୍ଷ ବିଚିତ୍ର କୁମାର ପାଣିଗ୍ରାହୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ଭିତରେ ସଭାପତି, ବିଦାୟୀ ସଭାପତି ବସନ୍ତ କୁମାର ପାତ୍ର, ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ହୃଷିକେଶ ନାୟକ, ବାବୁଲା ନାୟକ,ସନ୍ତୋଷ ଜେନା, ରବୀନ୍ଦ୍ର ପାଣିଗ୍ରାହୀ, ସନତ ସୁବୁଦ୍ଧି, ସୁଧୀର ପାଣିଗ୍ରାହୀ, ରାମ ଚନ୍ଦ୍ର ମିଶ୍ର, ଜଗବନ୍ଧୁ ଜେନା, ଦିଲ୍ଲୀପ ରାଜୁ,ଶୂଳପାଣି ଶତପଥି, ଖୁସି ମାଡାମ, ପ୍ରଥମ ମହିଳା ସୁନିତା ବାରିକଙ୍କ ଉପସ୍ଥିତିରେ ବାହାଡାପଦର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ ସହ ପାଚିକା, ସହାୟିକା ମାନଙ୍କୁ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି l ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନଙ୍କୁ ବିଦ୍ୟାଳୟ ପ୍ରତି ରହିଥିବା ଉଲ୍ଲେଖନୀୟ ଅବଦାନ ପାଇଁ ରୋଟାରୀ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ବନମହୋତ୍ସବ ଅବସରରେ କ୍ଲବ ସଭାପତି ଶ୍ରୀଯୁକ୍ତ ବାରିକ, ବିଦାୟୀ ସଭାପତି ଶ୍ରୀଯୁକ୍ତ ପାତ୍ର ଏବଂ ଅନlନ୍ୟ ଅତିଥିଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା l ପରେ ପରେ ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଠାରେ ବୃକ୍ଷ ରୋପଣ ସହ ଛାତ୍ରଛାତ୍ରୀଙ୍କୁ ଉତ୍ସlହିତ କରାଯାଇ ପୁରସ୍କୃତ କରାଯାଇଥିଲା l ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧକ୍ଷ ପ୍ରଫେସର କୃତିବାସ ବିଶ୍ୱାଳ ଯୋଗଦେଇ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ l ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ବିଦ୍ୟାଳୟର ପୁରାତନ ଛାତ୍ର ରୋଟାରୀଆନ ରଂଜିତ କୁମାର ବାରିକ କ୍ଳବର ସଭାପତି ହୋଇଥିବା ଯୋଗୁଁ ସମ୍ବର୍ଦ୍ଧିତ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଉଭୟ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ l ଶେଷରେ ଦୁଇ ଅନୁଷ୍ଠାନର ପ୍ରଧାନଶିକ୍ଷକ ଧନ୍ୟବାଦ ପ୍ରଦାନ କରିଥିଲେ l