ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ଦିବସ ପାଳିତ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକଙ୍କ ରିପୋର୍ଟ, ଓଡ଼ିଶା ଟୁଡେ): ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ସଭାଗୃହ ରେ ରୋଟାରି କ୍ଳବ ଭଞ୍ଜନଗର ଦ୍ୱାରା ଡାକ୍ତର ଦିବସ ପାଳିତ ହୋଇଯାଇଛି। ୨୦୨୫ -୨୦୨୬ ବାର୍ଷିକ ବର୍ଷ ପାଈଁ ଚୟନ ହୋଇଥିବା ନୂତନ ଭଞ୍ଜନଗର ରୋଟାରି କ୍ଳବ ସଭାପତି ରଞ୍ଜିତ କୁମାର ବାରିକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ମେଡିକାଲ ଅଧିକ୍ଷକ ଡାକ୍ତର ସୀତାଂଶୁ ଶେଖର ଶତପଥୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ରେ ପ୍ରଥମ ପର୍ଯ୍ୟାୟ ରେ ଜାତୀୟ ସଂଗୀତ ଗାନ କରିବା ପରେ ଅତିଥି ଏବଂ ଉପସ୍ଥିତ ସ୍ବେଛାସେବୀ ମାନେ ଡାକ୍ତର ମାନଙ୍କ ଜୀବନ ଧାରା ଉପରେ ସୁନ୍ଦର ବାର୍ତା ପ୍ରଦାନ କରିଥିଲେ। ପରେ ସମସ୍ତ ଡାକ୍ତର ମାନଙ୍କୁ କ୍ଳବ ପକ୍ଷରୁ ସମ୍ବର୍ଦ୍ଧନା କରାଯଇଥିଲା। ଅନ୍ୟ ଡାକ୍ତର ମାନଙ୍କ ମଧ୍ୟରେ ବରିଷ୍ଠ ଭେଷଜ ବିଷଶେଷଜ୍ଞ ଡା. ବି ପ୍ରଣବାନନ୍ଦ ପାତ୍ର, ପ୍ରସୂତି ବିଶେଷଜ୍ଞ ନିବେଦିତା ମହାପାତ୍ର, ଗୋବିନ୍ଦ ମହାପାତ୍ର, କିରଣ ମହାପାତ୍ର, ବିଶାଖା ବୈଶାଖୀ ଦାସ, ସତୀଶ କୁମାର ପାଢ଼ୀ, ସତ୍ୟରଞ୍ଜନ ବିଶ୍ୱାଳ ମଂଚାସୀନ ଥିଲେ। ନୂତନ ବର୍ଷ ର ସମ୍ପାଦକ ରୋଟାରୀଆନ ଗୁପ୍ତେଶ୍ୱର ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *