ବିଧାୟକଙ୍କ ଦ୍ୱାରା ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ବଣ୍ଟନ

ଜଗନ୍ନାଥ ପ୍ରସାଦ:୦୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ବ୍ଲକ ପରିସରରେ ଆଜି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ମାର୍କେଟିଙ୍ଗ ଡିଭିଜନ ଭୁବନେଶ୍ୱର ଆନୁକୂଲ୍ୟରେ ୨୦ ଜଣ ଚଳନ ବାଧିତ ଦିବ୍ୟାଙ୍ଗ ମାନଙ୍କୁ ମାଗଣା ବ୍ୟାଟେରି ଚାଳିତ ଟ୍ରାଇ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ,ମୁଖ୍ୟ ବକ୍ତା ମହେନ୍ଦ୍ର କୁମାର ପଣ୍ଡା,ସାମନିତ ଅତିଥି ଡେପୁଟି ଜେନେରାଲ ମେନେଜର (IOCL) ପି.କେ ପଣ୍ଡା, ସମ୍ମାନିତ ଅତିଥି ଭାବେ ଆର୍ଟିଫିସିଆଲ ମେନିଫେକ୍ଚର କର୍ପୋରେସନ ଲିମିଟେଡ଼ (ALIMCO) ସିନିୟର ମେନେଜର ଏ.ଭି ଅଶୋକ କୁମାର ,ବ୍ଲକ ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ ମଞ୍ଚାସିନ ରହିଥିଲେ l ମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପରେ ପୁଷ୍ପ ଗୁଛ ଦେଇ ସ୍ୱାଗତ କରାଯାଇ ଥିଲା l ଅତିଥିମାନେ ବ୍ୟାଟେରୀ ଚାଳିତ ସାଇକେଲର ବ୍ୟବହାର ଓ ହେଲିମେଟ ବ୍ୟବହାର ପାଇଁ ଦିବ୍ୟାଙ୍ଗଙ୍କୁ ଭାଷଣରେ ବୁଝାଇଥିଲେ l ଜଗନ୍ନାଥ ପ୍ରସାଦ ବ୍ଲକରେ ୧୫ଗୋଟି ଓ ବେଲଗୁଣ୍ଠା ବ୍ଲକର ୫ ଗୋଟି ସମେତ ମୋଟ ୨୦ଗୋଟି ଦିବ୍ୟାଙ୍ଗ ମାନଙ୍କ ପାଖକୁ ଯାଇ ନାମ ଠିକଣା ପଚାରିବା ବୁଝିବା ସହ ବିଧାୟକ ସମସ୍ତ ଙ୍କୁ ଉତ୍ସାହିତ କରି ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା l କାର୍ଯ୍ୟକ୍ରମରେ ବ୍ଲକ ଜିପିଡିଓ ମାଥୁରାମ ନାୟକ, ସାମାଜିକ ସୁରକ୍ଷା ଅଧିକାରିଣୀ ମିତାଲି ପ୍ରିୟଦର୍ଶିନୀ, ବ୍ଲକ ସାମ୍ପ୍ରସାରଣ ଅଧିକାରୀ ମୋନାଲି ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ଓ ବିଜେପି ସମର୍ଥକ ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମକୁ ରାମନାଥ ଶିଖର ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *