ପ୍ରତ୍ୟକ୍ଷ -ପରୋକ୍ଷ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ :ଭଞ୍ଜନଗର ଉପ ଜିଲ୍ଲାପାଳ

ଭଞ୍ଜନଗର ୦୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ ରହିଛି। ଶାସକ ଭାଜପା ଓ ବିରୋଧୀ ବିଜେଡି, କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଅନ୍ୟପଟେ ଓଏଏସ୍‌ ସଙ୍ଘ ମଧ୍ୟ ଘଟଣାଟିକୁ ଗୁରୁତର ସହ ନେଇ ଆନ୍ଦୋଳନକୁ ଓହ୍ଲାଇଛି। ଏହିଭଳି ଘଟଣାକୁ ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜଲାପାଳ ଉମା ଶଙ୍କର ବେହେରା ମଧ୍ୟ ଦୃଢ଼ ଭାବେ ମଙ୍ଗଳବାର ନିନ୍ଦା କରିଛନ୍ତି। ଏଥିସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ ସମସ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ। ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତଧ୍‌ମୂଳକ କାର୍ଯ୍ୟନୁଷ୍ଠାନ ନିଆଯାଉ। ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ସମଗ୍ର ଗଞ୍ଜାମ ଜିଲାରେ ଓଏଏସ୍‌ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ଉପ ଜିଲାପାଳ ଉମା ଶଙ୍କର ସୂଚନା ଦେଇଛନ୍ତି।ଅନ୍ୟପଟେ ଓଏଏସ୍‌, ଓଆର୍‌ଏସ୍‌ ଅଫିସରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଆଜି ଭଞ୍ଜନଗର ଉପ ଜିଲାପାଳ କାର୍ଯ୍ୟାଳୟ, ତହସିଲ, ବ୍ଲକ କାର୍ଯ୍ୟଳୟରେ ପ୍ରଭାବ ଦେଖିବାକୁ ମିଳିଛି। ସାଧାରଣ ଜନତା ଆଜି ସରକାରୀ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ଆନ୍ଦୋଳନ ଯଦି ବଢିବ ତେବେ ସମସ୍ୟା ବଢିବା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *