
ବେଲଗୁଣ୍ଠା/ ୦୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବୁଧବାର ଦିନ ବେଲଗୁଣ୍ଠା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ରେବତୀ ଶବର । ଶ୍ରୀମତୀ ଶବର ଏଥିପୂର୍ବରୁ ଗଞ୍ଜାମ ଜିଲ୍ଲା ତାରସିଂ ଥାନାରେ କାର୍ଯ୍ୟରତ ଥିଲେ । ପୂର୍ବତନ ଥାନା ଅଧିକାରୀ ବନବିହାରି ପ୍ରଧାନଙ୍କର ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାକୁ ବଦଳି ହେବା ପରେ ନୂତନ ଥାନା ଅଧିକାରୀ ଭାବେ ଶ୍ରୀମତୀ ଶବର ବେଲଗୁଣ୍ଠାରେ ଯୋଗ ଦେଇଛନ୍ତି । ବେଲଗୁଣ୍ଠା ଥାନା ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ, ବାଲି ମାଫିଆଙ୍କୁ ଧର ପଗଡ଼, ସ୍ପିଡ଼ ବାଇକ ରାଇଡରଙ୍କୁ ଧରପଗଡ଼, ରୋଡ଼ ରୋମିଓ ଓ ଗଞ୍ଜେଇ ମାଫିଆଙ୍କୁ ସାବଡ଼ ଓ ଥାନା ଅଞ୍ଚଳରେ ଅପରାଧିକ ତତ୍ୱକୁ ଦମନ କରାଯିବା ସହ ଆଇନ ଶୃଙ୍ଖଳାକୁ ପ୍ରାଥମିକତା ଦେବେ ବୋଲି କହିବା ସହ ଜନସାଧାରଣ ସହଯୋଗ କାମନା କରିଛନ୍ତି ନୂତନ ଥାନା ଅଧିକାରୀ । ବିଭିନ୍ନ ଥାନାରେ ନିଜର ସ୍ୱତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁଁ ଜିଲ୍ଲା ଓ ରାଜ୍ୟ ପୋଲିସ ବିଭାଗ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ଜନତାଙ୍କ ଲୋକପ୍ରିୟ ହୋଇ ପାରିଥିବା ନୂତନ ଥାନା ଅଧିକାରୀ ଶ୍ରୀମତୀ ଶବରଙ୍କୁ ଗୁରୁବାର ଦିନ ବେଲଗୁଣ୍ଠା ମିଡ଼ିଆ କ୍ଲବ ତରଫରୁ ସଭାପତି ଏଲ .ସତୀଶ ରେଡ୍ଡୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ । ଥାନା ଅଧିକାରୀଙ୍କ ସହ ଏହି ସୌଜନ୍ୟ ମୂଳକ ସାକ୍ଷାତ ସମୟରେ କ୍ଲବର ବରିଷ୍ଠ ସଭ୍ୟ ଧୋବା ବରାଡ଼, ସୁନୀଲ କୁମାର ପାଣିଗ୍ରାହୀ, କୁମାର କାର୍ତ୍ତିକେଶ୍ଵର ପ୍ରଧାନ, ସୁଦାମ ତ୍ରିପାଠୀ ,ଗୁଣ୍ଡିଚା ପ୍ରସାଦ ବେହେରା, ବାବୁଲି ମହାରଣା , ବିନାୟକ ଗୌଡ଼,ଦେବାଶିଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।