
ହିଞ୍ଜିଳିକାଟୁ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗାଁର ଘଟଣା ଏବେ ସାରା ଭାରତବର୍ଷ ରେ ହଇଚଇ ଖେଳାଇ ଦେଇଛି । ପଶ୍ଚିମ ଆଫ୍ରିକୀୟ ଦେଶରେ ମାଲିରେ ତିନି ଭାରତୀୟ ନାଗରିକ ଅପହୃତ ଘଟଣା ସାମ୍ନାକୁ ଆସିଥିବା ବେଳେ ଏକ ସିମେଣ୍ଟ କାରଖାନାରୁ ଅପହୃତ କରାଯାଇଥିବା ଅଭିଯୋଗ ହୋଇଛି । କୁହାଯାଉଛି ନିଷିଦ୍ଧ ଘୋଷିତ ଅଲକାଏଦାର ସହଯୋଗୀ ସଙ୍ଗଠନ ଅପହରଣ କରିଥିବା ବେଳେ ଅପହୃତ ମାନଙ୍କ ମଧ୍ୟରେ ଜଣେ ହିଞ୍ଜିଳି ସମରଝୋଳ ଗାଁର ଯୁବକ ପନାଡ ଭେଙ୍କଟ ରମଣ ରହିଥିବା ଜଣାପଡିଛି । ଗତ ନ ମାସ ତଳେ ଆଫ୍ରିକାରେ ଡାଇମଣ୍ଡ ସିମେଣ୍ଟ କମ୍ପାନିରେ କାର୍ଯ୍ୟ କରିବାକୁ ଯାଇଥିଲେ । ଆନ୍ତର୍ଜାତିକ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଘଟଣା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଅପହୃତ ଯୁବକଙ୍କ କୌଣସି ପତ୍ତା ମିଳିନଥିବା ବେଳେ ପୁରା ପରିବାର ଦୁଃଖ ରେ ଭାଙ୍ଗିପଡ଼ିଛନ୍ତି ।