
ଭଞ୍ଜନଗର ୦୬/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ରବିବାର ଦିନ ମା ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜିଲୁଣ୍ଡୀ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ “କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ ଏବଂ ବାଧ୍ୟତାମୂଳକ ଶିକ୍ଷାର ଅଧିକାର” ବିଷୟବସ୍ତୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଶେଖ୍ ମହମ୍ମଦ କଏସ ଯୋଗ ଦେଇ ସୁପ୍ରିମକୋର୍ଟ ଦ୍ଵାରା ପ୍ରଣୀତ ବିଭିନ୍ନ ଶିଶୁ ନ୍ୟାୟ ଅଧିକାର ବିଷୟରେ ବର୍ଣ୍ଣନା କରିଥିଲେ ।ସେହିପରି ବରିଷ୍ଠ ଦିୱାନୀ ବିଚାରପତି ଶ୍ରୀ ଦେବାଶିଷ ବିଶୋଇ ଶିଶୁ ନ୍ୟାୟ ( ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ ବିଷୟରେ ଆଲୋକପାତ କରିଥିଲେ। ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ବିଷୟରେ ବର୍ଣ୍ଣନା କରିଥିଲେ। ବରିଷ୍ଠ ଓକିଲ ଶ୍ରୀ ରଜତ ଦାସ ଏହି ଆଇନ ସମ୍ପର୍କିତ ଅନ୍ୟାନ୍ୟ ବିଷୟ ଉପରେ ବର୍ଣ୍ଣନା କରି ଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରି ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟର ବହୁତ୍ ସଂଖ୍ୟାରେ ଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସରୋଜ ଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।