ଭଞ୍ଜନଗର : ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ବନମହୋତ୍ସବ ପାଳିତ

ଭଞ୍ଜନଗର ୦୬/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ତାଲୁକ ଆଇନ ସେବା କମିଟି, ଭଞ୍ଜନଗର ପକ୍ଷରୁ ୭୬ ତମ ବନମହୋତ୍ସବ ମା ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜିଲୁଣ୍ଡି ପରିସରରେ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ରୁପେ ତାଲୁକ୍ ଆଇନ ସେବା କମିଟି ର ଅଧ୍ୟକ୍ଷ ତଥା ଏଡିଜେ ଶେଖ୍ ମହମ୍ମଦ କଏସ ଯୋଗଦେଇ ଚାରା ରୋପଣ କରିଥିଲେ।ଅନ୍ୟତମ ଅତିଥି ଭାବେ ସିନିୟର ସିଭିଲ ଜଜ୍ ଦେବାଶିଷ ବିଷୋୟୀ, ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି,ସହାୟକ ଜିଲାପାଳ ରାମକୃଷ୍ଣ ମହାପାତ୍ର, ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସରୋଜ ଲକ୍ଷ୍ମୀ ଦାସ ଏବଂ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ ଙ୍କ ସମେତ ଛାତ୍ରୀ ଯୋଗଦେଇ ଥିଲେ।କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *