ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଭଞ୍ଜନଗର ୦୭/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଶୋଇଥିବା ସମୟରେ ସାପ କାମୁଡିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ପଡୋଶୀ ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଅଧିନ ନୂଆଗାଁ ଗ୍ରାମର ରୋହିତ ବେହେରାଙ୍କ ପତ୍ନୀ ରୁନୁ ବେହେରା(୩୫)। ରୋହିତ ବାହାରେ ରହି କାମ କରୁଥିବା ବେଳେ ଗତକାଲି ରାତିରେ ଭୋଜନ କରି ପରିବାର ଲୋକେ ଶୋଇଥିବା ସମୟରେ ଏକ ଚିତି ସାପ ରୁନୁକୁ କାମୁଡିଥିଲା। ଫଳରେ ରୁନୁ ଚିତ୍କାର କରି ଉଠିଥିଲେ। ପରିବାରର ଲୋକେ ତୁରନ୍ତ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ପୁଲିସ୍ ୨୦/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ରୁନୁଙ୍କ ୨ଟି ସନ୍ତାନ ରହିଥିବା ବେଳେ ଏଭଳି ଅକାଳ ବିୟୋଗରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *