
ଭଞ୍ଜନଗର ୦୬/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହି ରାସ୍ତାରେ ରବିବାର ଅପରାହ୍ନ ୧ଟା ସମୟରେ ଏକ କାର ଦୋକାନ ଭିତରେ ପଶିଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ବସିଥିବା ଭଞ୍ଜନଗର ତହସିଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ଡ୍ରାଇଭରଗୋରା ଚାନ୍ଦ ପଟ୍ଟନାୟକ(୬୫) ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଚାଳକ ଫେରାର ହୋଇଯାଇଛନ୍ତି। ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।ଘଟଣାରୁ ପ୍ରକାଶ ଯେ, ଏକ କାର୍ ଲଣ୍ଡେଇସାହି ଭିତରୁ ସହର ଆଡ଼େ ଆସୁଥିଲା। ଗାଡ଼ିଟି ଦ୍ରୁତଗତିରେ ଆସୁଥିବା ଯୋଗୁ ଲଣ୍ଡେଇସାହି ସାଇ ମନ୍ଦିର ସମ୍ମୁଖରେ ଦୋକାନକରିଥିବା ମୁରଲୀ ରାଉତଙ୍କ ଦୋକାନ ଭିତରେ ପଶିଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ବସିଥିବା ଗୋରା ଚାନ୍ଦ ଗୁରୁତର ହୋଇଥିଲେ। ଏଥିସହ ପଡ଼ୋଶୀ ଘର ଏକ ସାଇକେଲ ଗୁଣ୍ଡ ହୋଇଯାଇଛି । ଦୁର୍ଘଟଣା ସମୟରେ ମୁରଲୀ ତାଙ୍କର ପଡ଼ିଶା ଦୋକାନରେ ଥିବା ଯୋଗୁ ସେ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। କିନ୍ତୁ ତାଙ୍କର ଦୋକାନ ଘର ସମେତ ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ ହୋଇଯାଇଛି ।