ଭଞ୍ଜନଗର : ପୃଥକ ବାଇକ୍ ଦୁର୍ଘଟଣାରେ ୬ ଆହତ; ରାସ୍ତାରେ ବେଆଇନ ବାଲିଗଦା ସାଜୁଛି ଦୁର୍ଘଟଣାର କାରଣ

ଭଞ୍ଜନଗର,୦୮/୦୭: ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଭଞ୍ଜନଗର ଥାନା ଅଞ୍ଚଳରେ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୬ ଜଣ ଆହତ ହୋଇ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ଘଟଣାରେ ବ୍ଲକ ଛକ ରେ ବାଲି ରାସ୍ତା ଉପରେ ପଡିଥିବାରୁ ମଙ୍ଗଳବାର ଅପରାହ୍ନ ରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନେ ହେଲେ ଆଦିତ୍ୟ ପ୍ରଧାନ,ସଂଗ୍ରାମ ମଲ୍ଲିକ, ବିକାଶ ମଲ୍ଲିକ,ଅନିତା ମଲ୍ଲିକ। ଭଞ୍ଜନଗର ଥାନା ଏଏସଆଇ ଶରତ ଚନ୍ଦ୍ର ପଣ୍ଡା ଆହତ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ଅନ୍ୟ ଘଟଣାରେ ଜିଲୁଣ୍ଡି ଠାରେ ଘଟି ଥିବା ବେଳେ ଏଥିରେ ଦୁଇଜଣ ଆହତ ହୋଇଛନ୍ତି। ଭଞ୍ଜନଗର ମୃତ୍ତିକା ସଂରକ୍ଷଣ ବିଭାଗର ରିପନ୍ ଜେନା (୩୧) ନିଜ ଘର ହୁମ୍ମାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠି ଗ୍ରାମର ରଞ୍ଜନ ମଲ୍ଲିକଙ୍କ ସହ ଧକ୍କା ହୋଇଥିଲା। ଭଞ୍ଜନଗର ଅଗ୍ନିଶମ ବାହିନୀକୁ ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *