ବାହାଡାପଦର ନୋଡାଲ ହାଇସ୍କୁଲ ଓ ରୋଟାରୀ କ୍ଳବ ତରଫରୁ ବନମହୋତ୍ସବ

ଭଞ୍ଜନଗର :-୦୮/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ନୋଡାଲ ହାଇସ୍କୁଲ ବାହାଡାପଦର ଠାରେ ୭୬ ତମ ବନମହୋତ୍ସବ ପ୍ରଧାନ ଶିକ୍ଷକ ସିଦ୍ଧlର୍ଥ ଶଙ୍କର ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ରୋଟାରୀ କ୍ଳବ, ଭଞ୍ଜନଗରର ସଭାପତି ରୋଟାରୀୟାନ ରଂଜିତ କୁମାର ବାରିକ, ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି, ପ୍ରାକ୍ତନ ସମ୍ପାଦକ ରାମ ଚନ୍ଦ୍ର ମିଶ୍ର, ଅବସରପ୍ରାପ୍ତ ଅଧକ୍ଷ କୃତ୍ତିବାସ ବିଶ୍ୱାଳ, ଜଗବନ୍ଧୁ ଜେନା, ରେଞ୍ଜର ବିମ୍ବାଧର ସାହୁ, ଫରେଷ୍ଟର ବବୁଲ ସେଠି, ସଂଗୀତା ପଟ୍ଟନାୟକ, ଅନୁପମ ବାନାର୍ଜୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଜେନା, ନେତାଜୀ ବିଷୋୟୀ, ବରିଷ୍ଠ ଶିକ୍ଷକ ହୃଷିକେଶ ନାୟକ,ମେଜର ମହେନ୍ଦ୍ର କୁମାର ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାଶ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ତାରିଣୀ, ବିଶ୍ୱମ୍ବର ଜେନା ଅତିଥିଭାବେ ଯୋଗଦେଇ ବନମହୋତ୍ସବ ଉପରେ ବକ୍ତବ୍ୟ ରଖିଥିଲେ l ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷର ଉପାଦେୟତା ଉପରେ ସୁନ୍ଦର ସଚେତନତାଧର୍ମୀ ନାଟକ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମକୁ ପ୍ରଫେସର କୃତିବାସ ବିଶ୍ୱାଳ ଶୁଭଉଦଘାଟନ କରିବାପରେ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l ରୋଟାରୀ କ୍ଳବ ସଭାପତି ଶ୍ରୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ବନବିଭାଗର ଅବସରପ୍ରାପ୍ତ ରେଞ୍ଜ ଅଧିକାରୀ ଅନୁପମ ବାନାର୍ଜୀ ଛାତ୍ରଛାତ୍ରୀ ସହ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ପରିଚାଳନା କରି ଉତ୍ସାହିତ ସହ ପୁରସ୍କୃତ କରିଥିଲେ l ଅନ୍ୟତମ ଅତିଥି ନେତାଜୀ ବିଷୋୟୀଙ୍କ ସହଯୋଗରେ ଗ୍ରାମବାସୀଙ୍କୁ ୪ ଶହ ଚାରା ବଣ୍ଟନ ସହ ଅତିଥିମାନଙ୍କ ଦ୍ୱାରା ୫୦ ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଥିଲା l କାର୍ଯ୍ୟକ୍ରମ ତରଫରୁ ସବୁଜ ବାହିନୀ ଦାୟିତ୍ୱରେ ଥିବା ବରିଷ୍ଠ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ, ସ୍କାଉଟ ଓ ଗାଇଡ଼ ଶିକ୍ଷକ ହୃଷିକେଶ ନlୟକଙ୍କୁ ବନବିଭାଗ, ରୋଟାରୀ କ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ପ୍ରାୟ ୫୦୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ଶେଷରେ ବନରକ୍ଷୀ ସଂଗୀତା ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *