
ଭଂଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ କଣ୍ଟେଇପଲୀ ବନ ସଂରକ୍ଷଣ ସମିତି ପକ୍ଷରୁ ୭୬ ତମ ବନ ମହୋତ୍ସବ ଉତ୍ସବ ପାଳିତ ହୋଇ ଯାଇଛି । ସଭାପତି ଶରତଚନ୍ଦ୍ର ସ୍ବାଇଁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏସିଏଫଓ ବିବେକ୍ ଦାସ୍ , କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ ପୃଥିବୀରାଜ୍ ପ୍ରଧାନ, ପୂର୍ବତନ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଶେଷ କରି କଣ୍ଟେଇପଲୀ ବନ ସଂରକ୍ଷଣ ସମିତି ସଭ୍ୟଙ୍କ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ରହିଥିବା ଅବଦାନ କୁ ସମସ୍ତେ ପ୍ରଶଂସା କରିଥିଲେ । ଜଙ୍ଗଲ ସୁରକ୍ଷା ପାଇଁ ସମିତିର ପ୍ରତ୍ୟେକ ସଦସ୍ୟ “ଠେଙ୍ଗା ପାଳି” କରି ଜଙ୍ଗଲ ଜଗିବା, ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ନେଇ ଅତିଥି ମାନେ କହିଥିଲେ । ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ଏବଂ ମହିଳା ମାନଙ୍କୁ ଅତିଥିଙ୍କ ଦ୍ବାରା ସମ୍ମାନପତ୍ର ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ କୁନା କୁମାର ଦାସ, ମିଲି ସ୍ବାଇଁ, ବନପାଳ ଶଙ୍କର ଗୈାଡ ଏବଂ ସନ୍ତୋଷ ପାତ୍ର ପ୍ରମୁଖ ସାମିଲ୍ ହୋଇଥିଲେ ।