ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଗାଡ଼ିରୁ ଜବତ ହେଲା ୩ ଲକ୍ଷ ଟଙ୍କା

ଛତ୍ରପୁର ୦୯/୦୭( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଭିଜିଲାନ୍ସ ଜାଲରେ ପଡିଛନ୍ତି l ଛତ୍ରପୁର ନିକଟ ଜାତୀୟ ରାଜପଥରେ ତାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଜବତ କରିଛି l ସେ ଛତ୍ରପୁର ବ୍ୟାଙ୍କ କଲୋନୀ ଭଡା ଘରୁ ନିଜ ଅଫିସ ଯାଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା l ୩ ଦିନ ଧରି ଭିଜିଲାନ୍ସ ଟିମ ତାଙ୍କୁ ନଜର ରେ ରଖିଥିବା ସୂଚନା ମିଳିଛି l ତାଙ୍କ ଗାଡ଼ିରୁ ୫୦୦ ଟଙ୍କିଆ ୬ ଟି ବ୍ୟାଣ୍ଡେଲ ରେ ଟଙ୍କା ଜବତ କରାଯାଇଛି l ବର୍ତ୍ତମାନ ଆଶ୍ରିବାଦ ଆପାର୍ଟମେଣ୍ଟ ରେ ଥିବା ତାଙ୍କ ଭଡା ଘରେ ପହଂଚି ଭିଜିଲାନ୍ସ ଚଢ଼ାଉ ଜାରି ରଖିଥିଲା l ତାଙ୍କୁ ନୂଆପଡା ଜିଲ୍ଲା କୁ ଯୋଗାଣ ଅଧିକାରୀ ଭାବେ ବଦଳି ହୋଇଥିଲl. ଏଠାରୁ ରିଲିଭ ହେବା ପୂର୍ବରୁ ଭିଜିଲାନ୍ସ ଏହି ଚଢ଼ାଉ କରିଥିଲା ।

Leave a Reply

Your email address will not be published. Required fields are marked *