ହାଇଡ୍ରୋଜେନ ପେରୋକସାଇଡ୍ ଡ୍ରମ ଫାଟିଲା,ଜୀବନ ବ୍ୟାକୁଳ ରେ ଧାଇଁଲେ ଲୋକେ

ଭଞ୍ଜନଗର ୧୧/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ)ଭଞ୍ଜନଗର ଜାମପଲ୍ଲୀ ରୋଡ଼ ନିକଟରେ ଥିବା “ଆଇ ବି ” ନାମକ ଏକ ବ୍ରୟଲର କୁକୁଡ଼ା ଫାର୍ମ ର ଅଫସି ରେ ରହିଥିବା ହାଇଡ୍ରୋଜେନ ପେରୋକସଇଡ଼ ଡ୍ରମ ମାତ୍ରାଧିକ ଗ୍ୟାସ ହୋଇ ଫାଟିଯାଇଥିଲା। ଫଳରେ ସେଠିକାର କର୍ମଚାରୀ, ପଡୋଶୀ ଏବଂ ସେହି ଘରେ ଭଡାକୁ ରହୁଥିବା ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ଅସୁବିଧା ହୋଇଥିଲା। ଭୟଭୀତ ହୋଇ ସମସ୍ତେ ବାହାରକୁ ପଳେଇଆସିଥିଲେ। ପରେ ଅଗ୍ନିଶମ ବିଭାଗ ଆସି ସେଗୁଡିକୁ ବାହାର କରି ଏକ ଖୋଲା ପଡିଆକୁ ଆଣିଥିଲେ। କିଛି ସମୟ ପରେ ପରିସ୍ଥିତି ଠିକ ହୋଇଥିଲା। ଅଗ୍ନିଶମ ବିଭାଗ ର ସୂଚନା ପ୍ରକାରେ ହାଇଡ୍ରୋଜେନ ପେରୋକସାଇଡ୍ ବସ ବାସ କରୁଥିବା ଘରେ ରଖିବା ଉଚିତ ନୁହେଁ। ବେଆଇନ ଭାବେ ସେହି ସ୍ଥାନରେ ପ୍ରାୟ ଏକ ହାଜର ଲିଟର ଲିକ୍ଯୁଇଡି ରହିଥିଲା ତେଣୁ ଏପରି ପରିସ୍ଥିତି ସୃଷ୍ଠି ହୋଇଥିବା ଜଣାପଡିଛି। ଏହାକୁ ନେଇ ସ୍ଥାନୀୟ ବାସିନ୍ଧା ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।

Leave a Reply

Your email address will not be published. Required fields are marked *