ଭଞ୍ଜନଗର : ଅଗ୍ନି ବିପନ୍ନଙ୍କୁ ଗୃହ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଭଞ୍ଜନଗର,୧୧/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ) : ଭଞ୍ଜନଗର ବ୍ଳକ ବ୍ରାହ୍ମଣପଦର ପଞ୍ଚାୟତ ଭୁରୁଡୁପଲ୍ଲୀ ଗ୍ରାମରେ ଗତ ୫ ତାରିଖରେ ଅଗ୍ନିକାଣ୍ଡ ଘଟି ଉରୀ ଗୌଡ଼, ସଞ୍ଜୁଗୁରୁ,ମଙ୍ଗୁଳୁ ଗୁରୁ ଓ ସାନିଆ ଗୌଡ଼ଙ୍କ ଘର୍ ପୋଡି ପାଉଁଶ ହୋଇଯାଇଥିଲା। ଭଞ୍ଜନଗର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ସବୁ କିଛି ନଷ୍ଟ ହେବା ପରେ ପରିବାର ଗୁଡିକ ଅସହାୟ ହୋଇ ପଡ଼ିଥିଲେ। ପଞ୍ଚାୟତ ପକ୍ଷରୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ବେଳେ ଆଜି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ପହଞ୍ଚି ଅଗ୍ନୀ ବିପନ୍ନ ପରିବାର ଗୁଡିକୁ ଶୁଖିଲା ଖାଦ୍ୟ,ଚାଉଳ ଓ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଅଗ୍ନିକାଣ୍ଡରେ ବେଶି କ୍ଷତିଗ୍ରସ୍ତ ହୋଇଥିବା ଉରୀ ଗୌଡ଼,ସଞ୍ଜୁ ଗୁରୁଙ୍କୁ ଅର୍ଯ୍ୟୋଦୟ ଗୃହ ଯୋଜନାର କାଯ୍ୟାଦେଶ ବଣ୍ଟନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଗ୍ରାମର ଅନେକ ପରିବାର କଚ୍ଚା ଘରେ ରହୁଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ସାମିଲ କରିବାକୁ ବିଧାୟକ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବିଧାୟକ ଙ୍କ ଗସ୍ତ ସମୟରେ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର,ଜେଇ ରବୀନ୍ଦ୍ର ନାୟକ,ସରପଞ୍ଚ ବନମାଳୀ ଗୌଡ଼, ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼, ଶିବ ଶଙ୍କର ପ୍ରଧାନ,ଭାଜପା ନେତା ଧୋବା ଗୌଡ଼,ସୁବାସ ବରାଡ,ସଙ୍ଘଠକ ଲିଟୁ ସାହୁ,କୁବେର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *