ଟ୍ରାକ୍ଟର ରେ ଚାପି ହୋଇ ଚାଳକ ମୃତ

ଭଞ୍ଜନଗର,୧୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ) : ତାରସିଂ ଥାନା ଅଧିନ ଟାଙ୍ଗଣ ଗ୍ରାମରେ ଆଜି ସନ୍ଧ୍ୟାରେ ଟ୍ରାକ୍ଟର ଦୁର୍ଘଟଣାରେ ଚାଳକ (ମାଲିକ)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ରଘୁନାଥ ପାତ୍ରଙ୍କ ପୁଅ ମିଟୁ ପାତ୍ର(୪୮)। ମିଟୁ ଆଜି ସନ୍ଧ୍ୟାରେ ଜମିରେ ଚାଷ କାମ ପାଇଁ ଟ୍ରାକ୍ଟର ଚଳାଉଥିବା ବେଳେ କୌଣସି କାରଣ ବଶତଃ ଟ୍ରାକ୍ଟର ଟି ଓଲଟି ପଡ଼ିଥିଲା। ଏହି ସମୟରେ ମିଟୁ ସେଥିରେ ଚାପି ହୋଇ ରହି ଯାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *