ଅଙ୍ଗନବାଡି କେନ୍ଦ୍ର ଓ କୋଠାକୁ ନେଇ ଆନ୍ତୋଷ; ପ୍ରଥମେ ପାଟଣା ଏବେ ଚାରିକୋଣିଆ ଲୋକେ ବିଡ଼ିଓଙ୍କ ନିକଟକୁ ଫେରାଦ

ଜଗନ୍ନାଥ ପ୍ରସାଦ : ୧୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଜଗନ୍ନାଥ ପ୍ରସାଦ ବ୍ଲକ ରାଉତି ପଞ୍ଚାୟତ ଚାରିକୋଣିଆ ଗ୍ରାମ ଗୌଡ଼ସାହି ୱାର୍ଡ “୬”ରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ନେଇ ଆଜି ଶୁକ୍ରବାର ଚାରିକୋଣିଆ ଗୌଡ଼ ସାହି ଗ୍ରାମର ଶତାଧିକ ଗ୍ରାମବାସୀ ସ୍ଥାନୀୟ ବିଡ଼ିଓଙ୍କ ନିକଟରେ ଫେରାଦ ହୋଇଛନ୍ତି l ଗ୍ରାମବାସୀଙ୍କ ସମେତ ୱାର୍ଡମେମ୍ବର ସଭ୍ୟା ଗୀତାଞ୍ଜଳି ପ୍ରଧାନ ନିଜଶ୍ଵ ଗ୍ରାମରେ ନିର୍ମାଣ ଦାବି ନେଇ ବିଡ଼ିଓଙ୍କୁ ଭେଟିଥିଲେ I ସୂଚନା ପ୍ରକାରେ ଉକ୍ତ ଅଙ୍ଗନବାଡି କେନ୍ଦ୍ରଟି ବିଗତ ୧୫ବର୍ଷରୁ ଉର୍ଦ୍ଧ ହେବ ଚାରିକୋଣିଆ ଗୌଡ଼ ସାହିରେ ଅସ୍ଥାୟୀ ଘରେ ଚାଲୁରହିଛି l ଗ୍ରାମବାସି ଚାନ୍ଦା କରି ଏକ ଟିଣ ଘର ତିଆରି କରି ଏହି କେନ୍ଦ୍ର ଟିକୁ ଚଳାଇ ଆଶୁଥିଲେ l ଟିଣ ରୁ ବର୍ଷା ପାଣି ଗଳିବା ଓ ବିଦୂତ ସଂଯୋଗ ହୋଇନଥିବା କାରଣ ରୁ ଗରମ ରେ କୁନି କୁନି ଛୁଆ ହଇରାଣ ହରକତ ହୋଉଥିବା ନେଇ ପ୍ରଶାସନ ଦ୍ୱାରସ୍ତ ହୋଇଥିଲେ I ବର୍ତମାନ ସ୍ଥାୟୀ ପକ୍କା ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନଙ୍କୁ ଅନୁରୋଧ କରିଥିଲେ l ଆର୍ଥିକ ବର୍ଷ ୨୫/୨୬ ଅନୁସାରେ ଜଗନ୍ନାଥ ପ୍ରସାଦ ମୌଜା ର ଚାରିକୋଣିଆ ଗ୍ରାମ ପ୍ଲଟ ନମ୍ବର ୨୦୯୨ ଓ ଖାତା ନମ୍ବର ୧୦୨୩ ଜାଗାରେ ବ୍ଲକ ପ୍ରଶାସନ ଯାଇ ଜାଗା ଚିହ୍ନଟ ସହ ପିଲର ପାଇଁ ଗାତ ଖୋଲାଯାଇଛି l ତେବେ ତିନିଦିନ ହେବ କାହିଁକି ଅଙ୍ଗନବାଡି ଗୃହ କାମ ବନ୍ଦ ରହିଥିବା ଏବଂ ଉକ୍ତ କାମକୁ ତୁରନ୍ତ ତ୍ୱରାନ୍ୱିତ କରବା ପାଇଁ ଲୋକେ ବ୍ଲକ ଅଫିସ ରେ ହୋହାଲ୍ଲା କରିଥିଲେ I ଏହି ଅଙ୍ଗନବାଡି କେନ୍ଦ୍ରରେ ୨୦ ଟି କୁନିକୁନି ଶିଶୁ ପାଠ ପଢ଼ୁଥିବା ବେଳେ ୧୮ଜଣ ଶିଶୁ ଚାରିକୋଣିଆ ଗୌଡ଼ସାହିର ଓ ୨ଟି ଶିଶୁ ପାଟଣା ଗ୍ରାମର ଉଲ୍ଲେଖ ରହିଛି l ଏହି ଅଙ୍ଗନବାଡି କେନ୍ଦ୍ରଟି ଯଦି ପାଟଣା ସାହିକୁ ଚାଲି ଯାଏ, ତେବେ ଗୌଡ଼ସାହି ଠାରୁ ପାଖାପାଖି ୧କିମି ଦୂର ହେବ l ତେଣୁ ୧୮ଜଣ ଶିଶୁ ଏତେ ଦୂର ଯିବା କେତେ ଦୁର ଠିକ ସେ ନେଇ ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି I ତୁରନ୍ତ ଉକ୍ତ କେନ୍ଦ୍ରଟିକୁ ଚାରିକୋଣିଆ ଗୌଡ଼ସାହିରେ ତୁରନ୍ତ କାର୍ଯ୍ୟକାରୀ କରିବା ନେଇ ଗ୍ରାମର ସଭାପତି ଭାସ୍କାର ବାରିକ, ସମ୍ପାଦକ ବଳମାଳି ବାରିକ, ଉପସଭାପତି ଅରକ୍ଷିତ ପ୍ରଧାନ, ସମେତ ଶତାଧିକ ଗ୍ରାମବାସୀ ଗୁହାରି ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *