ଭଞ୍ଜନଗର: ଶଗଡରେ ସୁନା କନିଆଁ ଆସିଛି

ଭଞ୍ଜନଗର ୧୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗାଁ ଦାଣ୍ଡରେ ଗଡିଚି ଶଗଡ଼ ଗାଡ଼ି, ଶଗଡ଼ ଗାଡ଼ି ଭିତରେ ବସିଚି ନୂଆଁ କନିଆଁ, ଗାଁ କୁ ଶଗଡ଼ ଗାଡ଼ିରେ ଆସିଲା ନବବଧୂ , ନାମୀ ଦାମୀ କାର,ମର୍ଶଡିଜ୍,ଅଡି ଯୁଗର ନୂଆଁ କନିଆଁ ଆସିଚି ସୁସଜ୍ଜିତ ଶଗଡ଼ ଗାଡ଼ିରେ, ବର୍ତ୍ତମାନ ଯେଉଁଠି ଯୁବ ସମାଜ ଦାମୀ ଗାଡ଼ି ଚଢ଼ି କନିଆଁ ଘରକୁ ଯିବା ଏଵଂ ବ୍ୟୟ ବହୁଳ ବିବାହ କରିବା ପାଇଁ ଆକୃଷ୍ଟ ହେଉଛନ୍ତି ସେଠି ନିଜ ବିବାହକୁ ଚିର ସ୍ମରଣୀୟ କରିବା ତଥା ନିଜ ପୁର୍ବଜ ମାନଙ୍କର ନୀତି ଆଦର୍ଶ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ନିଜର ମନର ମାନସୀ, ତଥା ନବ ବଧୂ କୁ ସୁସଜ୍ଜିତ ଶଗଡ଼ ଗାଡ଼ିରେ ଆଣିଛନ୍ତି, ରୂପା ଶଗଡ଼ି ରେ ସୁନା କନିଆଁ, ନୂଆଁ ଜନ୍ମ ପରି ଛନ ଛନିଆ, ହଁ ଦର୍ଶକ ବନ୍ଧୁ ଏହି ଗୀତଟି ନବେ ଦଶକରେ ଆପଣ ଶୁଣିଥିବେ, କିନ୍ତୁ ଏହି ଚିତ୍ର କୌଣସି ଫିଲ୍ମ ର କାହାଣୀ ନୁହେଁ,ଏଇ ଆପଣ ଦେଖୁନାହାନ୍ତି ଆଧୁନିକ ଯୁଗରେ ଗାଁ ଦାଣ୍ଡରେ କେମିତି ଗଡୁଚି ଶଗଡ଼ ଗାଡ଼ି,ଆଉ ଶଗଡ଼ ଗାଡ଼ି ଭିତରେ ବସିଚି ନୂଆଁ କନିଆଁ, ହଁ ଆଜ୍ଞା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗାଁରେ, ଏହି ଗାଁର ଉଚ୍ଚ ଶିକ୍ଷିତ ଯୁବକ ଶିବାନନ୍ଦ ଗୌଡ଼ ଶିବାନନ୍ଦ ଜଣେ ଉଚ୍ଚ ଶିକ୍ଷିତ ଯୁବକ ହୋଇଥିବା ବେଳେ ସେ ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ, ସେ ନିଜ ବିବାହରେ ଦାମିକା ଗାଡିରେ କନିଆଁ ଆଣିବା ପାଇଁ ସକ୍ଷମ ଥିଲେ ମଧ୍ୟ ବ୍ୟୟ ବହୁଳ କରିବା ପାଇଁ ଚାହୁ ନଥିଲେ, କନିଆଁ ସ୍ଵପ୍ନାରାଣୀ ମଧ୍ୟ ନିଜ ବାପା ଘରୁ ଶଗଡ ଗାଡିରେ ଆସି ସ୍ଵାମୀଙ୍କ ଘରେ ପହଞ୍ଚି ତାଙ୍କ ପାଇଁ ମଧ୍ୟ ଏକ ନିଆରା ଅନୁଭୂତି କହିଛନ୍ତି, ଏଭଳି ଏକ ନିଆରା ଢଙ୍ଗରେ ଶିବାନନ୍ଦ ବିବାହ କରିଥିବାରୁ ସେ ଏ ଅଞ୍ଚଳ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଆଗାମୀ ଯୁବ ପିଢ଼ି ପାଇଁ ଏକ ନୂତନ ଦିଗଦର୍ଶନ ସୃଷ୍ଟି କରିପାରିଛି ।

Leave a Reply

Your email address will not be published. Required fields are marked *