ଭଞ୍ଜନଗର ଗସ୍ତ ବାତିଲ, ଭୁବନେଶ୍ୱର ଫେରିଗଲେ ଷ୍ଟାଣ୍ଡିଂ କମିଟି

ଭଞ୍ଜନଗର ୧୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବିଧାନସଭା ଷ୍ଟାଣ୍ଡିଂ କମିଟି ୪ ମଙ୍ଗଳବାର ଭଞ୍ଜନଗର ଗସ୍ତରେ ଆସି ରାତିରେ ରହି ବୁଧବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିଦର୍ଶନ କରିବାର ଥିଲା। କିନ୍ତୁ ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ସମସ୍ତ ରାଜନୈତିକ ଦଳ ମଙ୍ଗଳବାର ଗଭୀର ଶୋକବ୍ୟକ୍ତ କରିଛନ୍ତି । ବିରୋଧୀ ଦଳ ଗୁଡିକ ହୋହାଲ୍ଲା କରିବା ସହ ଆନ୍ଦୋଳନ କରିଛନ୍ତି। ଏଭଳି ସ୍ଥିତିରେ ଷ୍ଟାଣ୍ଡିଂ କମିଟି ଗଞ୍ଜାମ ଜିଲାର ଦ୍ୱିତୀୟ ଦିବସ କାର୍ଯକ୍ରମକୁ ବାତିଲ କରିଥିଲା। ତେଣୁ କମିଟି ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଆସିଥିବା କମିଟି ପୁରୁଷୋତ୍ତମପୁରରୁ ଭୁବନେଶର ଫେରି ଯାଇଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା ମଙ୍ଗଳବାର କେଏସ୍‌ୟୁବି କଲେଜରେ ପହଞ୍ଚି କାର୍ଯ୍ୟକ୍ରମ ବାତିଲ ହୋଇଥିବା ସମ୍ପର୍କରେ ଅଧ୍ୟକ୍ଷଙ୍କୁ ଜଣାଇବା ସହ କଲେଜର ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *