ଅଟୋକୁ ଧକ୍କା ଦେଲା ମୋ ବସ, ଅଟୋ ଡ୍ରାଇଭର ସହିତ ଦୁଇ ଗୁରୁତର

ଶେରଗଡ଼ ତା ୧୬/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଶେରଗଡ଼ ବ୍ଲକ କୁମାରପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାତ୍ରଢ଼େପ ଗ୍ରାମର ଆକୁଳ ସେଠି ନିଜ ଅଟୋ OD07A2326 ରେ ନିଜ ସ୍ତ୍ରୀ ସାନ୍ଧ୍ୟରାଣୀ ସେଠିକୁ ବସାଇ ନିଜ ଗାଁକୁ କରଡ଼ାକଣା ପଟୁ ଫେରୁଥିବା ବେଳେ, କୁମାରପାଣି ଗାଁର ଦିଲ୍ଲୀପ ନାୟକଙ୍କ ଜୋଇଁପୁଅ ପାଟପୁର ଥାନା ସୁମନ୍ତପଲ୍ଲୀ ଗାଁର ବରୁଣ ନାୟକ ଓ ତାଙ୍କ ଦୁଇ ଝିଅ ଚାନ୍ଦିନୀ ନାୟକ, ସୁଜତା ନାୟକ ସେହି ଅଟୋରେ ବସି ଥିଲେ l ବାଲୁଙ୍କେଶ୍ୱର ମନ୍ଦିର ନିକଟ ହୋଇଛି ହଠାତ ଶେରଗଡ଼ ପଟୁ କରଡ଼ାକଣା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ମୋ ବସଟି OD32K1423 ଡାହାଣ ପଟକୁ ମାଡ଼ି ଅଟୋଟି କୁ ଧକ୍କା ହୋଇଥିଲା, ଧକ୍କା ଫଳରେ ଅଟୋର ସମ୍ମୁଖ ଭାଗ ସମ୍ପୂର୍ଣ ଚୁରମାର ହୋଇ ଅଟୋ ଡ୍ରାଇଭର ଆକୁଳ ସେଠି ଓ ବରୁଣ ନାୟକ ଗୁରୁତର ଆହତ ହେବା ସହିତ ଅନ୍ୟ ମାନେ ମଧ୍ୟ ଆହତ ହୋଇଛନ୍ତି l ଦୁର୍ଘଟଣା ଘଟିବା ପରେ ମୋ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି l ମୋ ବସରେ ବସିଥିବା ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି l ମୋ ବସ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ଗାଡ଼ିରେ ବସିଥିବା ଯାତ୍ରୀମାନେ ପ୍ରକାଶ କରିଛନ୍ତି l ଆହତ ସମସ୍ତଙ୍କୁ ପ୍ରଥମେ ଶେରଗଡ଼ ମେଡିକାଲ ଆଣିବା ପରେ ଗୁରୁତର ଥିବା ବରୁଣ ନାୟକ ଓ ଅଟୋ ଡ୍ରାଇଭର ଆକୁଳ ସେଠିକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି l

Leave a Reply

Your email address will not be published. Required fields are marked *