ଅଧାରେ ଅଟକିଛି ଗାଁ ରାସ୍ତା, ୧୫ ବର୍ଷ ପରେ ମଧ୍ୟ ଅସମ୍ପୂର୍ଣ୍ଣ

ଜଗନ୍ନଥପ୍ରସାଦ- ୧୬/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଜଗନ୍ନଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ କପିଳପଲ୍ଲୀ ଗାଁକୁ ରାସ୍ତା ନିର୍ମାଣ କାର୍ଯ୍ୟ ଗତ ୧୫ ବର୍ଷ ରୁ ଉର୍ଦ୍ଧ୍ବ ହେଲା ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିବା ଆଜି ଗାଁର ମହିଳା ମାନେ ଏକାଠି ହୋଇ କ୍ଷୋଭ ପ୍ରକାଶ କରିବା ସହ ଶୀଘ୍ର ରାସ୍ତା କାମ ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରିଛନ୍ତି । ଏହି ଗାଁ ରେ ପ୍ରାୟ ୪୫ ପରିବାର ବାସ କରୁଛନ୍ତି । ଗାଁ ର ସମସ୍ତ ପରିବାର ଚାଷୀ । ଚାଷ କାମ କରିବା ସହ ଗାଁ ରେ ବନସୁରକ୍ଷା ସମିତି ଗଢି ନିକଟ ଜଙ୍ଗଲ ସୁରକ୍ଷା କରିବା ସହ ବନ୍ୟ ଜନ୍ତୁଙ୍କ ସୁରକ୍ଷା କୁ ଗୁରୁତ୍ୱ ଦେଇ କାମ କରିଥାନ୍ତି । ଗାଁ କୁ ଭଲ ରାସ୍ତା ଟିଏ ନାହିଁ ଜି ସପଙ୍ଗ ଗ୍ରାମ ପଟେ ଅନେକ ବାଟ ଦେଇ ଆସିବାକୁ ପଡ଼ୁଥିବାରୁ ମୁଖ୍ୟ ରାସ୍ତା କୁ ଯିବାପାଇଁ ଏକ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ । ତତ୍କାଳୀନ ସରପଞ୍ଚ ଲକ୍ଷ୍ମୀକାନ୍ତ ରାଉତରାୟ ଙ୍କ ପ୍ରଚେଷ୍ଟା ରେ ମନରେଗା ଯୋଜନାରେ ମାଟି ପକାଇ ଗାଁ କୁ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା ପ୍ରାୟ ୮୫ ପ୍ରତିଶତ କାମ ହୋଇଯାଇଥିବା ବେଳେ ଗୋଟିଏ ଜମି ପାଇଁ ରାସ୍ତା କାମ ଅଟକିଯାଇଛି । ଅନ୍ୟ ସମୟରେ ଏହିରାସ୍ତା ରେ ଯିବାଆସିବା ହେଉଥିବା ବେଳେ ବର୍ଷା ଦିନ ଆସିଲେ ଗମନାଗମନ ସମ୍ଭବ ହୋଇପାରୁନାହିଁ। ଅନ୍ୟପକ୍ଷରେ ଗାଁ ରେ ଥିବା କଂକ୍ରିଟ ରାସ୍ତା ଟି ମଧ୍ୟ ନଷ୍ଟ ହୋଇଗଲାଣି ପ୍ରଶାସନ ଏଥି ପ୍ରତି ନଜର ଦେବାକୁ ଗ୍ରବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ବୁଝିବାରୁ ସେ ବ୍ଲକ ବିଡ଼ିଓଙ୍କ ମାଧ୍ୟମରେ ଘଟଣାର ଅନୁସନ୍ଧାନ କରି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *