
ପୁରୀ (ବଳରାମ ତ୍ରିପାଠି,ପୁରୀ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ) :ପୁରୀ କୃଷ୍ଣପ୍ରସାଦ ବ୍ଳକ୍ ରେ ଏବେ ବାର୍ଡ ଫ୍ଲୁ ଆସଙ୍ଖା । ବିଭିନ୍ନ କୁକୁଡ଼ା ଫାର୍ମ ରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରି ପଡିଥିବା ଦେଖିବାକୁ ମିଳିଛି। ପ୍ରଥମେ ପୁରୀ ଡେଲାଙ୍ଗ ପରେ ଏବେ କୃଷ୍ଣପ୍ରସାଦ ବ୍ଳକ୍ ର ବଜ୍ରକୋଟ ପଞ୍ଚାୟତରେ ଥିବା କୁକୁଡ଼ା ଫାର୍ମ ମାନଙ୍କରେ ଗୋଟିଏ କି ଦୁଇଟି ନୁହେଁ ଚାଷୀ ଙ୍କ ହଜାର ହଜାର କୁକୁଡ଼ା ମରି ପଡିଥିବାର ଦୃଶ୍ୟ ସମ୍ମାନକୁ ଆସିଛି । କମ୍ପାନୀ ଡରରେ କ୍ୟାମେରା ସମ୍ମୁଖରେ ଚାଷୀ ମୁହଁ ଖୋଲୁନି । ବାରମ୍ବାର କୃଷ୍ଣପ୍ରସାଦ ବ୍ଳକ୍ ରେ କାହିଁକି କୁକୁଡ଼ା ମଡକ ଲାଗି ରହିଛି ତାର ରକ୍ତ,ନାଳ, ମୂତ୍ର ପରୀକ୍ଷା କରିବା ପାଇଁ କୁକୁଡ଼ା ଚାଷୀ ତଥା ସ୍ଥାନୀୟ ଲୋକମାନେ ଦାବିକରୁଛନ୍ତି । ଖୁବ୍ ଶୀଘ୍ର ପ୍ରାଣୀ ବିଭାଗର ସ୍ବତନ୍ତ୍ର ଟିମି କୃଷ୍ଣପ୍ରସାଦ ବ୍ଳକ୍ କୁ ଅନୁଧ୍ୟାନ ଆସିବା ନେଇ ବିଶେଷ ସୂତ୍ର ରୁ ସୂଚନା ।