ଭଞ୍ଜନଗର ଡାକ୍ତରଖାନାରୁ ଚୋରୀ କରିନେଇଥିଲେ ବାଇକ, ହେଲା ୧୮ ମାସ ଜେଲ ଦଣ୍ଡାଦେଶ

ଭଞ୍ଜନଗର ୧୭/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଏସଡିଜେ ଏମ ସୌମ୍ୟ ରଞ୍ଜନ ପୃଷ୍ଟି ଏକ ବାଇକ ଚୋରି ମାମଲାରେ ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ କାହ୍ନୁ ବିଷୋୟୀଙ୍କୁ ଗୁରୁବାର ୧୮ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ଅଧିକ ୨ ମାସ କାରାଦଣ୍ଡ ଭୋଗିବେ ଅଭିଯୁକ୍ତ। ଘଟଣାରୁ ପ୍ରକାଶ ଯେ, ବାହାଡ଼ାପଦର ଗ୍ରାମର ଜୟନ୍ତ କୁମାର ପ୍ରଧାନ ଗତ ୨୦୨୪ ସେପ୍ଟେମ୍ବର ୧୦ ତାରିଖରେ ବାଇକ ଯୋଗେ ନିଜ ପୁତୁରାଙ୍କ ଦେହ ଦେଖିବାକୁ ଭଞ୍ଜନଗର ମେଡିକାଲ ଆସିଥିଲେ। ତେଣୁ ବାଇକ ମେଡ଼ିକାଲ କ୍ୟାମ୍ପସରେ ରଖି ୱାର୍ଡ଼କୁ ଯାଇଥିଲେ। ପୁତୁରାକୁ ଦେଖି ଫେରିବା ବେଳକୁ ଆଉ ତାଙ୍କ ବାଇକ ନଥିବା ଜୟନ୍ତ ଦେଖିଥିଲେ। ଏନେଇ ଜୟନ୍ତ ସେ ସମୟରେ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ କାହ୍ନୁ ବିଷୋୟୀଙ୍କୁ ସେହି ମାସର ୨୧ ତାରିଖରେ ଗିରଫ କରିଥିଲା। କାହ୍ନୁ ଭଞ୍ଜନଗର ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବେଳେ ଆଜି ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ପକ୍ଷରୁ ଆଶୋକ ଜେନା ମକଦ୍ଦମା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *