ସୋରଡ଼ା : ଓଲଟିଲା ପଥର ବୋଝଇ ଟ୍ରାକ୍ଟର, ଜଣେ ମୃତ ଓ ଜଣେ ଆହତ

ସୋରଡ଼ା ୧୭/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବୁଗୁଡ଼ା ଗାଁ ନିକଟରେ ଓଲଟିଲା ପଥର ବୋଝେଇ ଟ୍ରାକ୍ଟର ,ଜଣେ ମୃତ ,ଜଣେ ଆହତ | ମୃତକ ଜଣକ ହେଲେ କରଡ଼ାବାଡ଼ି ଗ୍ରାମର ଚନ୍ଦ୍ର ପ୍ରଧାନ | ସୂଚନାମୁତାବକ ସବୁଦିନପରି ଅଜିମଧ୍ୟ ସକାଳୁ ମଜୁରି କାମ କରିବାପାଇଁ ଟ୍ରାକ୍ଟର ଯୋଗେ ଅମୃତୁଲୁ ଗ୍ରାମ ନିକଟ ପଥର କୁଆଁରୀ କୁ ପଥର ଆଣିବାକୁ ଯାଇଥିଲେ | ସେଠାରେ ଟ୍ରାକ୍ଟର ରେ ପଥର ବୋଝେଇ କରି ଖିଲାବାଡ଼ି ଗ୍ରାମ କୁ ଆସୁଥିବାବେଳେ ବୁଗୁଡ଼ା ଗ୍ରାମ ନିକଟରେ ଟ୍ରାକ୍ଟର ଟି ଭାରସମ୍ୟ ହରାଇ ଓଲଟି ପଡିବାରୁ ଟ୍ରାକ୍ଟର ଡାଲା ତଳେ ଶ୍ରମିକ ଜଣକ ଚାପିହୋଇରହିଯାଇଥିଲେ ଏବଂ ଅନ୍ୟ ଜଣେ ଶ୍ରମିକ ନିଜ ଜୀବନ ବଞ୍ଚାଇବାକୁଯାଇ ଟ୍ରାକ୍ଟର ରୁ ଡେଇଁ ସାମାନ୍ୟ ଆହତ ହୋଇଥିଲେ | ସ୍ଥାନୀୟଲୋକେ ଉଭୟ ଶ୍ରମିକ ଙ୍କୁ ଉଦ୍ଧାରକରି ସୋରଡ଼ା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତୀକରିଥିଲେ | ଡାକ୍ତର ସେଠାରେ ଶ୍ରମିକ ଚନ୍ଦ୍ର ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଅନ୍ୟ ଶ୍ରମିକ ଙ୍କ ର ଚିକିତ୍ସା ଚାଲିଛି | ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣା ର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *