ଭଞ୍ଜନଗର : ରକ୍ତଦାନ କରି ରକ୍ତହୀନତା ଶିକାର ଶିଶୁର ଜୀବନ ବଞ୍ଚାଇଲେ ଓଟିଭି ପ୍ରତିନିଧି ରାଜେଶ ପଣ୍ଡା

ଭଞ୍ଜନଗର ୧୮/୦୭( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଭଞ୍ଜନଗର ମେଡିକାଲ ରେ ଦୁଇଦିନ ଧରି ରକ୍ତ ହୀନତା ରୋଗ ରେ ଚିକିତ୍ସିତ ହେଉଥିଲେ ସୋରଡ଼ା ବ୍ଲକ ଗାଜଲବାଡି ପଞ୍ଚାୟତ ର ଜିରାକୁଆ ଗ୍ରାମ ର ଛଅ ବର୍ଷ ର ଶିଶୁ ଆୟୁଷ୍ମାନ ମଲ୍ଲିକ। ଜନ୍ମ ହେବାର ପାଞ୍ଚ ମାସରୁ ସିକଲିଙ୍ଗ ଭଳି ରକ୍ତହୀନତା ରୋଗରେ ପୀଡିତ ଅଛନ୍ତି। ପ୍ରତି ମାସରେ ତାଙ୍କୁ ବିରଳ ” ବି ” ପଜିଟିବ ରକ୍ତ ର ଆବଶ୍ୟକତା ପଡିଥାଏ। ରାଜେଶ ଆଜି ଏକ ଖବର ସଂଗ୍ରହ ପାଈଁ ମେଡିକାଲ ଯାଇଥିବା ବେଳେ ଛୁଆ ଟିକୁ ରକ୍ତର ଆବଶ୍ୟକତା ରହିଥିବା ଜାଣିବାକୁ ପାଇଥିଲେ। ପରେ ସେ ନିଜେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ପୁଅ ପାଇଁ ରକ୍ତ ଯୋଗାଡ ହୋଇଯାଇଥିବା ଖବର ପାଇ ବାପ ଙ୍କ ଖୁସି କହିଲେ ନ ସରେ। ରାଜେଶ ରକ୍ତଦାନ କରିବା ସମୟରେ ସାମ୍ବାଦିକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ସନ୍ତୋଷ ଜେନା, ଅରକ୍ଷିତ ପରିଛା ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ। ରାଜେଶ ପଣ୍ଡା ଭଞ୍ଜନଗର ରେ ଓଟିଭି ପ୍ରତିନିଧି ଭାବେ ଢେର ପ୍ରଶଂସା ସାଉଁଟିଛନ୍ତି। ଆଜି ମଧ୍ୟ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ କରିବା ପାଇଁ ସେ ପରାମର୍ଶ କରିଛନ୍ତି।

Leave a Reply

Your email address will not be published. Required fields are marked *