
ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବାଇଆବର ଗ୍ରାମ ର ଜୈନିକା ସଂଖ୍ୟାଲଘୁ ସମ୍ପ୍ରଦାୟ ଛାତ୍ରୀଙ୍କୁ ଶନିବାର ସକାଳ ୯ ଘଣ୍ଟା ସମୟରେ ନିଜ ଗାଁ ରାସ୍ତାରେ ଯାଉଥିବା ବେଳେ ମୋଟରସାଇକେଲ ଦ୍ୱାରା ୩ ଜଣ ଦୁର୍ବୁତ୍ତ ଆସି ଝିଅ ଟିକୁ ରୁମାଲ ଦ୍ୱାରା ମୁହଁ ବନ୍ଦକରି ଭାର୍ଗବୀନଦୀ ପଟା ତଳକୁ ଟେକିନେଇ କିରୋସିନ ପକାଇ ଜଳାଇ ମାରିଦେବାକୁ ଉଦ୍ୟମ ଘଟଣା ସମଗ୍ର ରାଜ୍ୟ ବାସୀ ଙ୍କୁ ମର୍ମାହତ କରିଛି। ଏହି ଜଘନ୍ୟ କାର୍ଯ୍ୟକୁ ରାଜ୍ୟ ଅଣସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସର ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ଦୃଢ଼ ନିନ୍ଦା କରିଛନ୍ତି। ରାଜ୍ୟରେ ୧୩ ମାସ ର ବିଜେପି ସରକାର ଶାସନ ମଧ୍ୟରେ ସମଗ୍ର ରାଜ୍ୟରେ ମହିଳା ମାନେ ନିଜକୁ ଅସୁରକ୍ଷିତ ଭାବୁଛନ୍ତି । ଯାହା ବଳଙ୍ଗା ଘଟଣା ଅଧିକ ଭୟଭୀତ କରିଛି। କହିବାକୁ ଗଲେ, ଗୋପାଳପୁର, ଧରାକୋଟ, ହରିଚନ୍ଦନପୁର, ଗଙ୍ଗାଧର ମେହେର କଲେଜ, ଏଫଏମ କଲେଜ ଘଟଣା ର ନିଆଁ ନ ଲିଭିଣୁ କାଲିର ବଳଙ୍ଗା ଝିଅ ଟିକୁ ନିଆଁ ଲଗାଇବା ସମଗ୍ର ନାରୀସମାଜ ଏ ସରକାର ଉପରୁ ବିଶ୍ୱାସ ହରାଛି। ସରକାରୀ କଳ ଓ ଆଇନ ବ୍ୟବସ୍ଥା ବିଳମ୍ବ ଯୋଗୁ ଅପରାଧୀ ମାନେ ଅପରାଧ କରିବାକୁ ପଛାଉ ନାହାନ୍ତି। ଏପରିକି ବିଜେପି ସରକାର ଆସିବା ଦିନରୁ ମହିଳା କମିଶନ ବୋର୍ଡ଼ ଗଠନ ନହେବା ସରକାର ଙ୍କ ଅପାରଗତା ବୋଲି ଶ୍ରୀ ମହାନ୍ତି ସମାଲୋଚନା କରିଛନ୍ତି। ପରିତାପର ବିଷୟ ଶନିବାର ଏମସ ମେଡିକାଲ ରେ ପୀଡିତାଙ୍କୁ ଦେଖାକରିବାକୁ ଯାଇଥିବା କଂଗ୍ରେସ ଓ ବିଜେଡ଼ି ବିଧାୟକ ମାନଙ୍କୁ ଦେଖାକରିବାକୁ ପୋଲିସ ଅନୁମତି ଦେଇନଥିବା ବେଳେ କିପରି ବିଜେପି ନେତା ମାନେ ଦେଖା କଲେ ଏହା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠୁଥିବାବେଳେ ଶେଷରେ ସରକାର ଚତୁରତାର ଶହ ଦିଲ୍ଲୀ ଏମସ କୁ ଏୟାର ଲିଫ୍ଟ କରି ହାତବାନ୍ଧି ବସିଗଲେ । ଘଟଣା କୁ ୩୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଟେର ନପାଇବା ଦୁର୍ଭାଗ୍ୟ ଅଟେ। ଏ ସମସ୍ତ ଘଟଣା ପାଇଁ ବିଭାଗୀୟ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ନିଜର ଅପାରଗତା ଯୋଗୁ ତୁରନ୍ତ ଇସ୍ତଫା ଦେବା ସହ ପୀଡିତା ଙ୍କ ପାଇଁ ୧ କୋଟି ଟଙ୍କା ସହାୟତା ଘୋଷଣା କରିବାକୁ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ।