
ଭୁବନେଶ୍ୱର/ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଘୁମୁସର ଉନ୍ନୟନ ମଞ୍ଚର ଏକ ସାଧାରଣ ସଭା ସ୍ଥାନୀୟ ଜଳସେଚନ ଡାକବଙ୍ଗଳା ଠାରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଉନ୍ନୟନ ମଞ୍ଚର ସଭାପତି ଶ୍ରୀଯୁକ୍ତ ବାଲ୍ମୀକି ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଘୁମୁସର ବିକାଶ ପରିଷଦ ଭଞ୍ଜନଗରର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ସଭା ପରିଚାଳନା କରିଥିଲେ। ଦୁରଦର୍ଶନର ପ୍ରାକ୍ତନ ନିର୍ଦେଶକ ଡକ୍ଟର ଶାନ୍ତନୁ କୁମାର ରଥ ମଧ୍ୟ ମଞ୍ଚାସୀନ ଥିଲେ। ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ, ଡକ୍ଟର ଶିବପ୍ରସାଦ ଅଧିକାରୀ, ଡକ୍ଟର ବାଳକୃଷ୍ଣ ପଣ୍ଡା, ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ଲିଙ୍ଗରାଜ ଗୌଡ଼, ବରିଷ୍ଠ ସାମ୍ବାଦିକ ପତିତପାବନ ଆରୁଖ, ବିଶିଷ୍ଟ ସମାଜସେବୀ ନବକୁମାର ପୃଷ୍ଟି, ଡକ୍ଟର ତାରିଣୀ ପାତ୍ର, ବି. ଶାନ୍ତନୁ ପାତ୍ର, ପ୍ରକାଶ ଚନ୍ଦ୍ର ସାହୁ, ରବିନାରାୟଣ ସାମନ୍ତ, ଗୋପାଳ ଲେଙ୍କା, ସୁଶାନ୍ତ ପାତ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଘୁମୁସର ଜିଲ୍ଲା ଗଠନ ଦାବି ଉପରେ ସବିଶେଷ ଆଲୋଚନା ହୋଇଥିଲା। ରାଜ୍ୟ ବିଧାନ ସଭା ପରିସରରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ମାନ୍ୟବର ବିଧାନସଭା ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି। ଏଥି ସହ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏକ ଡାକ ଟିକଟ ପ୍ରଚଳନ ପାଇଁ ପୋଷ୍ଟ ମାଷ୍ଟର ଜେନେରାଲ ଙ୍କୁ ଅନୁରୋଧ କରି ଆଉ ଏକ ନିର୍ଧାରଣ ଗୃହୀତ ହୋଇଛି। ସଂଘଠନ କୁ ଦୃଢ଼ କରିବା ପାଇଁ କେତକ ସାଙ୍ଗଠନିକ ପରିବର୍ତ୍ତନ କରାଯାଇଥିଲା। ସର୍ବଶେଷରେ ଶ୍ରୀଯୁକ୍ତ ଲକ୍ଷ୍ମଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।