
ସୋରଡ଼ା ୨୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡିଶା ର ଗଜପତି ଜିଲ୍ଲା ରୁ ଗଞ୍ଜାମ ର ଆସିକା ରାସ୍ତା ଦେଇ ମହାରାଷ୍ଟ୍ର କୁ ୧୦ ଚକିଆ ଟ୍ରକ ଗାଡ଼ିରେ ଗଂଜେଇ ଧରି ଚୋରା ରେ ଚାଲାଣ ବେଳେ ଅବକାରୀ ବିଭାଗ ର ସ୍ୱତନ୍ତ୍ର ଟିମ ହାତରେ ଧରାପଡ଼ିଛି l ଅବକାରୀ ବିଭାଗ ର ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ଜେନା ଙ୍କ ନିର୍ଦ୍ଦେଶରେ ଆସିକା ଅବକାରୀ ଥାନା ଅଧିକାରୀ ଡମ୍ବୁରୁଧର ହରିଜନ ଙ୍କ ତତ୍ତ୍ୱାବଧାନରେ ସୋରଡ଼ା ଅବକାରୀ ଅଧିକାରିଣୀ ଦେବସ୍ମିତା ନାୟକ, ଆସିକା ଅବକାରୀ ଅଧିକାରୀ ରାକେଶ ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ଆସିକା ନିକଟସ୍ଥ ଘାସିବିଲି – କାମଶାସନ ବିଶ୍ରାମଗାର ଛକ ଠାରେ ଏମ ହେଛ ୪୦ ସି ଟି ୨୦୫୨ ନମ୍ବର ଏକ ୧୦ ଚକିଆ ଟ୍ରକ କୁ ଅଟକାଇ ଚେକିଙ୍ଗ କରିବା ସମୟରେ ୨୬ ପକେଟ ରେ ପ୍ରାୟ ୫୨୦ କେଜି ର ଗଂଜେଇ ଥିବା ଦେଖିବାକୁ ପାଇଥିଲେ l
ତଦନ୍ତ ବେଳେ ସୂଚନା ମୁତାବକ ବୁଗୁଡ଼ା ମାଣିକପୁର ଅଂଚଳ ର ତପନ ଭୂୟାଁ ଓ ଶେରଗଡ଼ ବାନ୍ଧଗୁଡା ର ଆକୁଳ ବିଷୋୟୀ, ଦୁହେଁ ମିଶି ଏହି ଗାଡ଼ିରେ ଗଂଜେଇ ନେଉଥିବା ଜାଣିବାକୁ ପାଇଥିଲେ l ଅବକାରୀ ବିଭାଗ ଧରାକୋଟ ତହସିଲ ଏବଂ ପୋଲିସ ଉପସ୍ଥିତ ରେ ଗଂଜେଇ ଗାଡିକୁ ଅଫିସ କୁ ଆଣି ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ଦୁଇ ମୋବାଇଲ ଜବତ ମଧ୍ୟ କରାଯାଇଛି l ଏହି ଚଢ଼ାଉ ରେ ସୁରେନ୍ଦ୍ର କୁମାର ପଣ୍ଡା, ମିଥୁନ କୁମାର ବିଶ୍ୱାଳ, ସୁଜିତ କୁମାର ସାହୁ, ଜ୍ୟୋତି ରଞ୍ଜନ ସ୍ୱାଇଁ, ଜୀବନ ଦାଶ, ଅମିତ ଗମାଙ୍ଗ ପ୍ରମୁଖ ସହଯୋଗ କରିଥିଲେ l