ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ

ଭଞ୍ଜନଗର ୨୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ତରଫରୁ ସଭାପତି ବିଭୂତି ଭୂଷଣ ଜେନା, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ, କୋଷାଧକ୍ଷ ସୁବାସ ଚନ୍ଦ୍ର ତାରିଣୀ, ସନ୍ତୋଷ ଜେନା ଓ କବିରାଜ ପୋଲେଇ ପ୍ରମୁଖ ଭେଟି ଚାରିଶହରୁ ଉର୍ଦ୍ଧ୍ବ ବୟସ୍କ ସଭ୍ୟ, ସଭ୍ୟାଙ୍କ ଅଭାବ, ଅସୁବିଧା, ସମସ୍ୟା, ସଭାସମିତି, ଚିତ୍ତ ବିନୋଦନ ସହ ମନକୁ ଖୁସି କରିବା କୁ ଏକ ଗୃହ ପାଇଁ ଜାଗା ଦେବାପାଇଁ ଅନୁରୋଧ କରିଛନ୍ତି । ଉକ୍ତ ଅଭିଯୋଗ ପତ୍ରକୁ ବିଚାର କରିବା ପାଇଁ ମାନ୍ୟବର ଜିଲ୍ଲାପାଳ ଉପ ଜିଲ୍ଲାପାଳ, ଭଞ୍ଜନଗରଙ୍କୁ ଜଣାଇଛନ୍ତି । ପ୍ରକାଶଥାଉକି, ତଳଦିନେ ଏହା ଉପରେ ତହସିଲଦାର ଜାଗା ଚିହ୍ନଟ ସହ ସବ-ରେଜିଷ୍ଟ୍ରାରଙ୍କୁ ଜାଗାର ମୂଲ୍ୟାଙ୍କନ କରିବା ପାଇଁ କହିବା ପରେ ନିର୍ଦ୍ଧାରିତ ମୂଲ୍ୟଦେଇ ଜାଗାକ୍ରୟ କରିବା ସମ୍ଭବ ନୁହେଁ ବୋଲି ଜଣାଇଦିଆଯାଇଛି । ଏସମ୍ପର୍କେ ମାନ୍ୟବର ଜିଲ୍ଲାପାଳଙ୍କୁ ଆଜିର ଅଭିଯୋଗ ପ୍ରକୋଷ୍ଠରେ ଭେଟି ସରକାରୀ ଜାଗାଖଣ୍ଡେ ଦେଲେ ସମସ୍ତଙ୍କ କାମରେ ଲାଗିପାରନ୍ତା ବୋଲି କହିଥିଲେ l

Leave a Reply

Your email address will not be published. Required fields are marked *