ଗଞ୍ଜାମ ଜିଲ୍ଲା ବରୁଡ଼ା ରେ ଭାୟାବହ ଅଗ୍ନିକାଣ୍ଡ

ଭଞ୍ଜନଗର,୨୨/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଭଞ୍ଜନଗର ବ୍ଳକ ବାରୁଡା ପଞ୍ଚାୟତ ବରୁଡ଼ା ଗ୍ରାମ ର ଧୋବା ସାହି ରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ପ୍ରାୟ ୬ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସର୍ଟ ସର୍କିଟ୍ ରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସ୍ତରରୁ ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ଗ୍ରାମର କୃଷ୍ଣ ବେହେରା ଓ ଶଙ୍କର ବେହେରାଙ୍କ ୨ ଟି ଲେଖାଏଁ ବଖରା ପୋଡିଥିବା ବେଳେ ସୁଶିଳା ବେହେରା ଓ କାଳିଆ ବେହେରାଙ୍କ ଗୋଟିଏ ଲେଖାଏଁ ବଖରା ଘର ପୋଡି ନଷ୍ଟ ହୋଇଛି। ନିଆଁ ହଠାତ ବ୍ୟାପି ଯିବାରୁ ଘରେ ଥିବା ଆସବାପତ୍ର ବାହାର କରିବାରେ ମଧ୍ୟ ସମସ୍ୟା ହୋଇଥିଲା। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିବା ଅଗ୍ନିଶମ ଅଧିକାରୀ ଚକ୍ରଧର କହଁର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *