ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ଵର: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜନୈକ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାର ତଦନ୍ତ ନେଇ ସୋମବାର କ୍ରାଇମବ୍ରାଞ୍ଚ ଟିମ ବଳଙ୍ଗା ଥାନା ପରିଦର୍ଶନ କରିଛି। କ୍ରାଇମବ୍ରାଞ୍ଚର ୮ ଜଣିଆ ଟିମରେ ୩ ଜଣ ମହିଳା ସଦସ୍ୟ ଅଛନ୍ତି। ଟିମ ଥାନାରେ ପହଞ୍ଚିବା ପରେ ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିଲା। ପୀଡିତାଙ୍କୁ ଉଦ୍ଧାର କରିଥିବା ଦୁଖିଶ୍ୟାମ ସେନାପତିଙ୍କ ଘର ନିକଟକୁ ଯାଇ ମଧ୍ୟ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରିଛି। ଗତକାଲି ପୁଲିସ ଡିଜି ଘଟଣାସ୍ଥଳ ଅନୁଧ୍ୟାନ କରିଥିବା ବେଳେ ଏଥିନେଇ ସରକାରଙ୍କ ତରଫରୁ ତତ୍ପରତା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *