୧୦ ବର୍ଷ ପରେ ଏକାଠି ହେଲେ : ଫୋକସରେ ଆଗାମୀ ରଣନୀତି

ଭଞ୍ଜନଗର ୨୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଗଞ୍ଜାମ ଜଲା ଭଞ୍ଜନଗର ଉପଖଣ୍ଡ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘର ଏକ ବୈଠକ ଭେଜିପୁଟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲା ସଭାପତି ସୁବାସ ପ୍ରଧାନ ଅଧ୍ୟକ୍ଷତା କରି ସଙ୍ଘର ବିଭିନ୍ନ ସମସ୍ୟା ଏବଂ ତାର ନିରାକରଣ ଉପରେ କହିଥିଲେ। ଜିଲା ସମ୍ପାଦକ ଅକ୍ଷୟ କୁମାର ମିଶ୍ର ବିବରଣୀ ପ୍ରଦାନ କରିଥିଲେ।

ଏହି ଅବସରରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ଉପଖଣ୍ଡ ପାଇଁ ଉପଦେଷ୍ଟା ଭାବେ ବିପ୍ର ଚରଣ ଗୌଡ ଏବଂ ସଭାପତି ଭାବେ କାହ୍ନୁ ଚରଣ ଦିଗାଲ ନିର୍ବାଚିତ ହୋଇଥିଲେ । ଉପ ସଭାପତି ଭାବେ ରବିନ୍ଦ୍ର ନାଥ ପରିଡ଼ା, ସମ୍ପାଦକ ରଞ୍ଜନ କୁମାର ପାତ୍ର, ସହ ସମ୍ପାଦକ ଭାସ୍କର ପତି, ସଂଗଠନ ସମ୍ପାଦକ ପଦର୍ଶନ ବାଉକ, ସୀମାଞ୍ଚଳ ବେହେରା, କୋଷାଧ୍ୟକ୍ଷ ଭାବେ ବିଜୟ କୁମାର ସ୍ବାଇଁ ନିର୍ବାଚିତ ହୋଇଥିଲେ।

ଏଥିସହ କାର୍ଯ୍ୟକାରୀ ସଭ୍ୟ ଭାବେ ମନୋଜ ଶତପଥି, ସୁରେନ୍ଦ୍ର କୁମାର ସେଠୀ, ଉପେନ୍ଦ୍ର ନାୟକ, ଗରିବ ଜେନା, ଏସ୍‌ ସାବତ, ବାସନ୍ତୀ ଦାସ ନିର୍ବାଚିତ ହୋଇଛନ୍ତି। ସୂଚନା ଯୋଗ୍ୟ, ୧୦ ବର୍ଷ ହେଲା ଏହି ଉପଖଣ୍ଡର ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇପାରି ନ ଥିଲା । ଇତିମଧ୍ୟରେ ସଙ୍ଘର ସମସ୍ତ ସଦସ୍ୟ ଏକାଠି ହୋଇ ସଂଘକୁ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ପ୍ରଥମେ ସଙ୍ଘର କର୍ମକର୍ତ୍ତା ନିର୍ବାଚନ ହେବା ସହ ଆଗାମୀ ରଣନୀତି ଉପରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *