ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା, କିଟ୍ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲା ୟୁଜିସି ପ୍ୟାନେଲ୍

ଭୁବନେଶ୍ୱର: କିଟ୍‌ ୟୁନିଭର୍ସିଟିରେ ଲଗାତାର 2 ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । କିଟ୍‌କୁ ଦାୟୀ କରିଛି ୟୁଜିସି । କିଟ୍‌ ବିଶ୍ବବିଦ୍ୟାଳୟ ଦ୍ବାରା କରାଯାଇଥିବା ଅବୈଧ ଓ ବେଆଇନ କାର୍ଯ୍ୟକଳାପକୁ ନେଇ ଆଙ୍ଗୁଳି ଉଠାଇଛି UGC ଫ୍ୟାକ୍ଟ ଫାଇଣ୍ଡିଂ ପ୍ୟାନେଲ୍ । ବେଆଇନ କାର୍ଯ୍ୟକଳାପ ହିଁ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଏବଂ ପ୍ରଶାସନର କାର୍ଯ୍ୟ ଅପରାଧିକ ଦାୟିତ୍ୱ ସହିତ ସମାନ ବୋଲି ଡକ୍ଚର ନାଗେଶ୍ୱର ରାଓଙ୍କ ନେତୃତ୍ୱାଧୀନ UGC ପ୍ୟାନେଲ୍ ଜାଣିବାକୁ ପାଇଛି ।ଚଳିତ ବର୍ଷ ଫେବୃଆରୀ 16 ତାରିଖରେ କିଟ୍‌ ବିଶ୍ବବିଦ୍ୟାଳୟରେ ଜଣେ ବିଟେକ ତୃତୀୟ ବର୍ଷର ନେପାଳୀ ଛାତ୍ରୀ ଜୀବନ ହାରିଥିଲେ ।

ପରେ ମେ’ ମାସରେ ଆଉ ଜଣେ 20 ବର୍ଷୀୟ ନେପାଳୀ ଛାତ୍ରୀଙ୍କ ମୃତଦେହ କିଟ୍‌ ବିଶ୍ବବିଦ୍ୟାଳୟ ହଷ୍ଟେଲ୍ ରୁମ୍‌ରୁ ମିଳିଥିଲା । ଯାହାକୁ ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ମେ’ ମାସରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ପ୍ୟାନେଲ୍ ଗଠନ କରାଯାଇଥିଲା ।”କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ICC ବିଫଳ”: ପ୍ୟାନେଲ୍ୟୁଜିସି ପ୍ୟାନେଲ ରିପୋର୍ଟ ଅନୁଯାୟୀ, “ଛାତ୍ରୀଙ୍କ ଦ୍ବାରା ଅଭିଯୋଗ ହୋଇଥିବା ଯୌନ ନିର୍ଯାତନା ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ବିଫଳ ହୋଇଥିଲା । ତଦନ୍ତ ପାଇଁ ପ୍ରୋଟୋକଲ ପାଳନ ହେବାରେ କୌଣସି ସ୍ୱଚ୍ଛତା ନଥିଲା । ଛାତ୍ରୀ ଜୀବନ ହାରିବାର ବହୁତ ପୂର୍ବରୁ ଦୁଇ ଦୁଇ ଥର କିଟ୍‌ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଉଭୟ ଅଭିଯୋଗରେ, ପ୍ରଶାସନ ବେଆଇନ ଭାବରେ କମ୍ପ୍ରମାଇଜ କରିବାକୁ ଛାତ୍ରୀଙ୍କ ଉପରେ ଚାପ ପକାଇଥିଲେ ।

“”ଆତ୍ମହତ୍ୟାକୁ ଏଡାଯାଇପାରିଥାନ୍ତା”: ପ୍ୟାନେଲ୍ୟୁଜିସି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ପ୍ରଥମ ଅଭିଯୋଗ ପରେ ସଂପୃକ୍ତ ଯୁବକକୁ ଦଣ୍ଡ ଦେବାର କ୍ଷମତା ବିଶ୍ୱବିଦ୍ୟାଳୟ ପାଖରେ ଥିଲା । ମାତ୍ର ୟୁନିଭର୍ସିଟି ଏହା ନକରି ଝିଅ ସହ ବେଆଇନ ଭାବରେ କମ୍ପ୍ରମାଇଜ କରିବାକୁ ବାଧ୍ୟ କରି ଯୁବକର ପକ୍ଷ ନେଇଥିଲା । ଯାହା ଫଳରେ ଛାତ୍ରୀ ଜଣଙ୍କ ବାଧ୍ୟ ହୋଇ ଜୀବନ ହାରିଥିଲେ । ଠିକ୍‌ ସମୟରେ ନ୍ୟାୟ ଦିଆଯାଇଥିଲେ ଛାତ୍ରୀ ଜଣଙ୍କ ଜୀବନ ହାରିବା ମାମଲାକୁ ଏଡାଯାଇପାରିଥାନ୍ତା ।”ଯଦି KIIT ବିଶ୍ୱବିଦ୍ୟାଳୟ ପ୍ରଥମ ମାମଲାରେ ଆଇନ ଅନୁଯାୟୀ ରିପୋର୍ଟ ହୋଇଥିବା ନିର୍ଯାତନା ମାମଲାର ନିଷ୍ପତ୍ତି ନେବା ପାଇଁ ପଦକ୍ଷେପ ନେଇଥାନ୍ତେ, ତେବେ ଏହି ଦୁଃଖଦ ଘଟଣା ଏଡାଯାଇପାରିଥାନ୍ତା,” ୟୁଜିସି ପ୍ୟାନେଲ ରିପୋର୍ଟ ।”ଆଇନ ଅନୁଯାୟୀ ଅପରାଧୀକ ଦଣ୍ଡ ପାଇଁ ଯୋଗ୍ୟ”ୟୁଜିସି ପ୍ୟାନେଲ କହିଛି ଯେ, ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସମେତ ପରିଚାଳନାରେ ତ୍ରୁଟି, ଯୌନ ନିର୍ଯାତନା ଅଭିଯୋଗକୁ ଜାଣିଶୁଣି ଅଣଦେଖା କରିବା ଓ ଆଇନ ଓ ଭାରତର ଅନ୍ତର୍ଜାତୀୟ ସମ୍ପର୍କ ଅପେକ୍ଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାକୁ ପ୍ରାଥମିକତା ଦେବା, ବିଶ୍ୱବିଦ୍ୟାଳୟ ପକ୍ଷରୁ “ଅବୈଧ ଏବଂ ବେଆଇନ କାର୍ଯ୍ୟକଳାପ” ମଧ୍ୟରେ ଅନ୍ତର୍ଭୁକ୍ତ ।କମିଟି ଏକ ଦୃଢ଼ ସୁପାରିଶ ଜାରି କରିଛି, ଯାହା ଆଧାରରେ ୟୁଜିସି, ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ଉପରେ ରୋକ ଲଗାଇବା ଏବଂ ଦୋଷୀ ଅଧିକାରୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଷୟରେ ଚିନ୍ତା କରାଯାଉଛି ।

ଏହା ମଧ୍ୟ କୁହାଯାଇଛି ଯେ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ସଦସ୍ୟ ଏବଂ ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଶାସନିକ କର୍ମଚାରୀ “ଆଇନ ଅନୁଯାୟୀ ଅପରାଧୀକ ଦଣ୍ଡ ପାଇଁ ଯୋଗ୍ୟ “।UGC ଫ୍ୟାକ୍ଟ ଫାଇଣ୍ଡିଂ ପ୍ୟାନେଲ୍ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ପୂର୍ବତନ ଭାଇସ୍ ଚାନ୍ସେଲର ନାଗେଶ୍ୱର ରାଓ ନେତୃତ୍ବରେ ୟୁଜୁସୁ ପ୍ୟାନେଲ୍‌ ଗଠନ କରାଯାଇଛି । ଏହି ପ୍ୟାନେଲରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାନିଂ ଆଣ୍ଡ୍ ଆଡମିନିଷ୍ଟ୍ରେସନ୍‌ର ଭାଇସ୍ ଚାନ୍ସେଲର ଶଶିକଳା ୱାଞ୍ଜାରୀ ଏବଂ ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ ଭାଇସ୍ ଚାନ୍ସେଲର ଏଚ୍‌ସିଏସ୍ ରାଠୋର ସଦସ୍ୟ ଥିଲେ । ୟୁଜିସିର ଯୁଗ୍ମ ସଚିବ ସୁନିତା ସିୱାଚ କମିଟିର ସମନ୍ୱୟ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published. Required fields are marked *