
ଭଞ୍ଜନଗର ୨୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆଜି କନ୍ୟକା ପରମେଶ୍ୱରୀ ମନ୍ଦିର ମେଇନରୋଡ, ଭଂଜନଗର ଠାରେ ଉକ୍ତ ଅନୁଷ୍ଠାନର କିଛି କର୍ମକର୍ତ୍ତା ଏବଂ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସହଯୋଗରେ ଚମ୍ପା, ଓଉ, ଏବଂ ବିଭିର୍ଣ୍ଣ କିସମର ଚାରା କଳିଙ୍ଗ ବୈଶ୍ୟ ଧର୍ମଶାଳା ପରିସରରେ ରୋପଣ କରାଗଲା l ସେହିଭଳି ସୁନ୍ଦର ସକାଶେ ଫୁଲ ମାଣ୍ଡଣା ମାନଙ୍କରେ ଲକି ବାମ୍ବୋ, ସ୍ନେକପ୍ଲାଣ୍ଟ, କୁରୁମଲ୍ଲୀ, ଇତ୍ୟାଦି ଚାରା ରୋପଣ କରାହୋଇଛି l କାର୍ଯ୍ୟକ୍ରମ ରେ ଏମ. ରବିନାରାୟଣ ପାତ୍ର, ଅନୁଷ୍ଠାନ ର ସମ୍ପାଦକ, ଏବଂ କେ. ଇଶ୍ୱର ରାଓ ସୁବୁଦ୍ଧି, ଟି. ରାମ ପାତ୍ର, ସହଯୋଗ କରି ଥିବା ବେଳେ ଅନ୍ୟ ବନ୍ଧୁ ମାନେ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ସ୍ୱେଚ୍ଛାସେବୀ ତଥା ପୂର୍ବତନ ବନ କର୍ମଚାରୀ ସମସ୍ତ ଚାରା ସଂଗ୍ରହ ଏବଂ ରୋପଣ କାର୍ଯ୍ୟ ପରିଚାଳନା କରିଛନ୍ତି l ସମସ୍ତ ଉପସ୍ଥିତ ବ୍ୟକ୍ତି ପରିବେଶ ସୁରକ୍ଷା ଏବଂ ଚାରାଟିଏ ରୋପଣ କରି ତାରି ଯତ୍ନ ଏବଂ ସୁରକ୍ଷା ଦେବା ସକାଶେ ଶପଥପାଠ କରିଥିଲେ l ନିଜ ନିଜର ଚେଷ୍ଠାରେ ଯେତିକି ପାରିବେ ସେତିକି କାର୍ଯ୍ୟ ପରିବେଶ ସୁରକ୍ଷା ସକାଶେ କରିବା ପାଇଁ ନିଜସ୍ୱ ମତ ପ୍ରଦାନ କରିଥିଲେ l