ଜଗନ୍ନାଥ ପ୍ରସାଦ: ତାମନାଡ଼ ବିଦ୍ୟାଳୟରେ ନାହି ଆବଶ୍ୟକ ଶ୍ରେଣୀ ଗୃହ ; ୧୭୫ ଜଣ ଛାତ୍ରଛାତ୍ରୀଙ୍କୁ ୪ ଗୋଟି ଶ୍ରେଣୀ ଗୃହ

ଜଗନ୍ନାଥ ପ୍ରସାଦ ୨୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି l ତଥାପି କେଉଁଠି ଶିକ୍ଷକ, କେଉଁଠି ଭିତ୍ତିଭୂମି, ତ ପୁଣି କେଉଁଠି ସବୁ ଥାଇ ମଧ୍ୟ ଛାତ୍ରଛାତ୍ରୀଙ୍କ ଅଭାବ ଦେଖାଯାଉଛି l ଫଳରେ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ ଶତ ଚେଷ୍ଟା କରାଗଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ଏମିତି ସମସ୍ୟା ହିଁ ପାଠ ପାଇଁ ବାଧକ ସାଜୁଛି ଏହା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂମି ଗ୍ରାମପଞ୍ଚାୟତର ତାମନାଡ ଗ୍ରାମରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି l
ଅନ୍ୟ ପକ୍ଷରେ ଏଠାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି l ବିଦ୍ୟାଳୟ ସ୍ଥାପନ ପର ଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଶ୍ରେଣୀ ଗୃହର ଅଭାବ ରହିଛି l ତେଣୁ ବାଧ୍ୟ ହୋଇ ଚାରୋଟି ଶ୍ରେଣୀ ଗୃହରେ ଶିଶୁବାଟିକା ଠାରୁ ଅଷ୍ଟମ ୧୭୫ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l ସେଥି ମଧ୍ୟରୁ ଦୁଇଟି ଶ୍ରେଣୀ ଗୃହ ଅଛି ସେଠାରେ ପାଠ ପଢିବା ବିପଦପୂର୍ଣ୍ଣ l କାହାର କାନ୍ଥ ଫାଟିଥିବା ବେଳେ ଅନ୍ୟଟିର ଚଟାଣ ପ୍ଲାସ୍ଟର ଛାଡିଯାଇଛି l କେତେବେଳେ ଭୂଷିଡି ପଡିବ କହି ହେବ ନାହିଁ l ତେଣୁ ଜାଗା ଅଭାବ ଯୋଗୁଁ ବେଳେବେଳେ ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା l ଗୋଟିଏ ଗୋଟିଏ କ୍ଳାସରୁମରେ ଦୁଇଦୁଇଟି କ୍ଲାସ ହେଉଥିବାରୁ ଗୋଟିଏ ଶ୍ରେଣୀର ପାଠ୍ ଅନ୍ୟ କ୍ଳାସ ପିଲା ଶୁଣିବାକୁ ବାଧ୍ୟ, ତେଣୁ ଛାତ୍ରଛାତ୍ରୀ ପାଠ ପଢିବାରେ ବେଶୀ ଅସୁବିଧାର ସମ୍ମୁଖିନ ହୋଉଛନ୍ତି l ତାମନାଡ଼ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ନାହି l ସ୍କୁଲରେ ଅତିରିକ୍ତ ଶ୍ରେଣୀଗୃହର ଆବଶ୍ୟକତା ରହିଛି l ପାଚିକା କହିବା ଆଧାରରେ ରୋଷେଇ ଘର ଅଭାବ ରହିଛି l ଗୋଟିଏ ଭଙ୍ଗାରୁଜା କୁଡ଼ିଆରେ ଅସୁରକ୍ଷିତ ଭାବରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି l ସ୍କୁଲରେ ପାଚେରୀ ନାହିଁ ଏବଂ ସ୍କୁଲ ମଝିରେ ଗୋଟିଏ ଜରାଜୀର୍ଣ୍ଣ କୂଅ ଅଛି ଯାହାକି କେତେବେଳେ ଅଘଟଣ ଘଟିବ କହିହେବ ନାହିଁ l ଏପରି ଅବ୍ୟବସ୍ଥାରେ ରହିଛି ଏହି ବିଦ୍ୟାଳୟ l
୧୯୫୪ମସିହାରେ ସ୍ଥାପିତ ବିଦ୍ୟାଳୟଟିରେ ଶିଶୁବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏଁ ରହିଛି l ଚଳିତ ବର୍ଷ ବିଦ୍ୟାଳୟରେ ସର୍ବାଧିକ ୧୭୫ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୫ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ହେଲେ ଶ୍ରେଣୀ ଗୃହ ରହିଛି ମୋଟ ୪ ଗୋଟି l ଅନ୍ୟପକ୍ଷେ ପିଲା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ଶ୍ରେଣୀ ଗୃହ ଅଭାବରୁ ପାଠ ପଢାରେ ବ୍ୟାଘାତ ଘଟୁଥିବା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସାମଲ ସୂଚନା ଦେଇଛନ୍ତି l
ସୂଚନା ଥାଉ କି ପ୍ରଥମ କକ୍ଷରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ୩୨, ଦ୍ୱିତୀୟ କକ୍ଷରେ ତୃତୀୟ ଓ ଚତୃର୍ଥର ୪୬, ତୃତୀୟ କକ୍ଷରେ ପଞ୍ଚମ ଓ ଷଷ୍ଠର ୪୫ ଏବଂ ଚତୁର୍ଥ କକ୍ଷରେ ସପ୍ତମ ଓ ଅଷ୍ଟମର ୫୨ଜଣ ଛାତ୍ରଛାତ୍ରୀ ଏକାଠି ହୋଇ ବସି ପାଠ ପଢୁଛନ୍ତି l ଯାହାଫଳରେ ଏହି ବିଦ୍ୟାଳୟରେ କିପରି ଶିକ୍ଷାଦାନ ହେଉଥିବ ଏବଂ ଛାତ୍ରଛାତ୍ରୀ ମାନେ ଶିକ୍ଷାଦାନକୁ କିପରି ଗ୍ରହଣ କରୁଛନ୍ତି ତାହା ସମସ୍ତଙ୍କୁ ଆଚମ୍ବିତ କରୁଛି l
ବିଦ୍ୟାଳୟଟିର ଭିତିଭୂମି ଏକ ଏକରରୁ ଅଧିକ ଜମି ରହିଛି l ଅନେକବାର ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଗ୍ରାମପଞ୍ଚାୟତ ଅନୁଦାନରେ ବୋର୍ଡ ତିଆରି ହେଉଛି l କିନ୍ତୁ ରାଜନୈତିକ ଆକ୍ରୋଶ ରଖି ପୁଣି କାର୍ଯ୍ୟ ଆରମ୍ଭରୁ ବନ୍ଦ ହେଉଛି l ଆବଶ୍ୟକ ହେଉଥିବା ନୂତନ ଶ୍ରେଣୀ ଗୃହ ନିର୍ମାଣ ଦିଗରେ କୈାଣସି ଉଦ୍ୟମ ମଧ୍ୟ ହେଉନାହିଁ l ଯାହା ଫଳରେ ପ୍ରାଥମିକ ସ୍ତରରେ ସେଠାରେ ଶିକ୍ଷାର ଏପରି ଅବସ୍ଥା ଅତ୍ୟନ୍ତ ଦୁଃଖଦାୟକ କରୁଛି ବୋଲି ଅଭିଭାବକ ଦାବି କରିଛନ୍ତି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ ଦିଗରେ ଆବଶ୍ୟକ ହେଉଥିବା ନୂତନ ଶ୍ରେଣୀ ଗୃହର ତୁରନ୍ତ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *