
ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ସହ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି 35-45 କିମି ବହିବା ସମ୍ଭାବନା ଥିବାରୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ରାଜ୍ୟରେ ମଧ୍ଯମ ଧରଣର ବର୍ଷା ନେଇ ଭାରତୀୟ ପାଣିପାଗ କେନ୍ଦ୍ର (IMD) ୟେଲୋ ଆଲର୍ଟ ଜାରି କରିଛି।ସକ୍ରିୟ ଅବପାତ ପ୍ରଭାବରେ ଆହୁରି 24 ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ବର୍ତ୍ତମାନ ଅବପାତ ଉତ୍ତର ଛତିଶଗଡ ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି। ପ୍ରଭାବରେ ଆହୁରି 2 ଦିନ ଯାଏ ରାଜ୍ୟର ଅନେକ ସ୍ଥାନରେ ବର୍ଷା କରି ରହିବ। ଆଭ୍ୟନ୍ତରିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା।
24 ଘଣ୍ଟାରେ ଏହି ଜିଲ୍ଲାରେ ପ୍ରବଳ ଛେଚିବ:ଲଘୁଚାପ ପ୍ରଭାବରେ ଗତ 3 ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । 7ରୁ20 ସିଏମ ବର୍ଷା ଓ 30ରୁ40 କିମି ବେଗରେ ପବନ ବହିବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି 18 ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡା, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ନେଇ ଆଲର୍ଟ କରାଯାଇଛି ।ଆସନ୍ତାକାଲି ପାଇଁ ଏହି ଜିଲ୍ଲାକୁ ଆଲର୍ଟ:ସେହିପରି ଆସନ୍ତାକାଲି ରାଜ୍ୟର ଅଧା ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ ଅଧା ଜିଲ୍ଲାରେ ବର୍ଷା ନେଇ କୌଣସି ଓ୍ବାର୍ଣ୍ଣିଂ ଜାରି କରାଯାଇନାହିଁ । ସୁନ୍ଦରଗଡ, ମୟୂରଭଞ୍ଚ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ, ସମ୍ବଲପୁର, ବରଗଡରେ ବର୍ଷାନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜୁଲାଇ 28 ଓ 29 ତାରିଖରେ ବର୍ଷା ନେଇ କୌଣସି ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇନାହିଁ ।ମୌସୁମୀ ବର୍ଷା ଜୁନ 1 ରୁ ଆଜି ଯାଏଁ ରେକର୍ଡ ହୋଇଥିବା ବର୍ଷାର ପରିମାଣ ରହିଛି 583.2ମିମି । ସ୍ୱାଭାବିକ 489 ମିଲିମିଟର ବର୍ଷା ରହିଥିବା ବେଳେ ଆଜି ସୁଦ୍ଧା 19% ଅଧିକ ବର୍ଷା ରେକର୍ଡ ହୋଇଛି। ସେହିପରି ଗତ 24 ଘଣ୍ଟାରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜର ମୁରୁଡ଼ାରେ ସର୍ବାଧିକ 182 ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ମୟୂରଭଞ୍ଜ ବହଳଦା ରେ 173 ମିମି ,ବାରିପଦାରେ 163 ମିମି ,ଜାମଦାରେ 158 ମିମି, ସୁଳିଆପଡାରେ 139, ଓ କକୁସୁମୀରେ 131 ମିମି ବର୍ଷା ରେକର୍ଡ ହୋଇଛି।