ଘୋଡା ବଜାରରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l

ପୁରୀ, (ବଳରାମ ତ୍ରିପାଠି ରିପୋର୍ଟ): ପୁରୀ ଘୋଡା ବଜାରରେ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଦତ୍ତତୋଟାର ତାପସ ମଙ୍ଗରାଜ 20 l ମରଣାନ୍ତକ ଆକ୍ରମଣ ନେଇ ଅଭିଯୋଗ କରିଥିଲେ ଘୋଡା ବଜାରର ଜାକ୍ସନ ଜୋସେଫ 21 l ସେ ଅଭିଯୋଗ କରିଥିଲେ ଯେ ଗତ 25 ତାରିଖ ଅପରାହ୍ନରେ ଅଭିଯୁକ୍ତ କାତି କଟୁରୀ ନେଇ ତାଙ୍କୁ ବେକକୁ ଆକ୍ରମଣ କରିବା ବେଳେ ସେ ନିଜକୁ ବଞ୍ଚାଇବାକୁ ଯାଇ ହାତ ଦେଖାଇଥିଲେ l ଏଥିରେ ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା l ପରେ ଜୋସେଫ ଥାନାରେ ଅଭିଯୋଗ କରିଥିଲେ l ଉକ୍ତ ଅଭିଯୋଗ କ୍ରମେ 339/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *